Report Card Odisha

| Daily Odia News

ରଙ୍ଗିଲା ସ୍ବାମୀ,୩ ଜଣଙ୍କ ଠାରୁ ନେଉଥିଲେ ମଜା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରଙ୍ଗିଲା ସ୍ବାମୀର ତିନି ତିନିଟା ସ୍ତ୍ରୀ । ଦୁଇ ଜଣଙ୍କୁ ବିବାହ କରିଥିବା ବେଳେ ଅଉ ଜଣଙ୍କ ସହ ରଖିଥିଲେ ସମ୍ପର୍କ । ଏବେ ସ୍ବାମୀଙ୍କୁ ନେଇ ଟଣା ଓଟରା ହେଲେ ସ୍ତ୍ରୀ । କଥା ଯାଇ ଥାନାରେ ପହଞ୍ଚିଲାଣି । ମିଳିଥିବା ସୂଚନା ଅନୁସାରେ – ଜଣେ ସ୍ବାମୀଙ୍କୁ ନେଇ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଦୁଇ ଜଣ ମହିଳା । ସ୍ବାମୀ ଜଣଙ୍କ ହେଉଛନ୍ତି ଆଲୋକ ଜେନା । ଆଲୋକ ଦୁଇ ଜଣଙ୍କୁ ବିବାହ କରିଥିଲେ । ସମସ୍ତଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ବୋଲି ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଭଉଣୀ ଘରେ ଆଉ ଜଣେ ମହିଳାଙ୍କ ସହ ଧରା ପଡିଛନ୍ତି । ଆଲୋକ ଜେନାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଥିବା ଅବସ୍ଥାରେ ଧରି ମଞ୍ଚେଶ୍ବର ଥାନାରେ ଜିମା ଦେଇଛନ୍ତି ଦୁଇ ଜଣ ସ୍ତ୍ରୀ । ଆଲୋକ ଜେନାଙ୍କ ଘର ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ରାଜଧାନୀରେ ଡ୍ରାଇଭର ଭାବେ କାମ କରୁଥିଲା । ଜଣେ ପରେ ଜଣଙ୍କୁ ବିବାହ କରୁଥିଲେ । ସେମାନଙ୍କୁ ଭୁଲାଇ ଫୁସୁଲାଇ ଗାଡି କିଣାଉଥିଲେ । ଆଉ ପରେ ନିଜେ ଗାଡିର ମାଲିକ ହୋଇଯାଉଥିଲେ ।

Breaking News