ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାମାରୀ କରୋନା ସମମୟରୁ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ ମାସ ଅର୍ଥାତ ଆସନ୍ତାବର୍ଷ ମାର୍ଚ୍ଚ ମାସ ଯାଏ ବୃଦ୍ଧି କରାଯାଇଛି। ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲାଣି କେନ୍ଦ୍ର ସରକାରର ପ୍ରତି ମାସରେ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏହାର ଅବଧି ଡିସେମ୍ବରରେ ଶେଷ ହେବାର ଥିଲା। କିନ୍ତୁ ଏବେ ଏହାକୁ ୨୦୨୨ ମସିହା ମାର୍ଚ୍ଚ ମାସ ଯାଏ ବୃଦ୍ଧି କରାଯାଇଛି। ଏହାର ଅର୍ଥ ମାର୍ଚ୍ଚ ମାସ ଯାଏ ଦେଶର ଗରିବ ଲୋକମାନେ ମାଗଣା ରାସନ ସାମଗ୍ରୀ ପାଇବେ। ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି | କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପିଏମ ଗରିବ କଲ୍ୟାଣ ଯୋଜନା ଫେଜ ୫କୁ ମାର୍ଚ୍ଚ ମାସ ଯାଏ କାର୍ଯ୍ୟକାରୀ କରାଯିବ। ଏହି ପର୍ଯ୍ୟାୟରେ ପ୍ରାୟ ୧୬୩ ମେଟ୍ରିକ ଟନ୍ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଦିଆଯିବ। ଏଥିପାଇଁ ଅତିରିକ୍ତ ୫୩୩୪୪. ୫୨ କୋଟିର ସବସିଡି ବ୍ୟବସ୍ଥା ହୋଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ସମସ୍ତ ଲୋକଙ୍କୁ ମାସିକ ଅତିରିକ୍ତ ଭାବେ ୫ କେଜିର ଖାଦ୍ୟ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ୱାରା ପ୍ରାୟ ୮୦ କୋଟି ଲୋକ ଲାଭବାନ ହେବେ।






More Stories
ଶେଷ ହେଲା ମୌସୁମୀ ଅଧିବେଶନ…..
ସମସ୍ତ ପାଇଲଟଙ୍କର ହେବ ଡୋପ୍ ଟେଷ୍ଟ…..
ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ,୧୨ ମୃତ……