ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଗସ୍ତରେ ଆସିଲେ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ବାଧ୍ୟତାମୂଳକ ନୁହେଁ। ସମ୍ବିଧାନରେ କ’ଣ ଲେଖା ଅଛି ଯେ ପ୍ରତି ଥର ଗସ୍ତବେଳେ ତାଙ୍କୁ ଭେଟିବାକୁ ହେବ। ଏଥର କେବଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ଥିଲା। ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ନ ଭେଟିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା | ଏହାକୁ ନେଇ ମମତା ଗୁରୁବାର ଏଭଳି ମନ୍ତବ୍ୟ ରଖିଛନ୍ତି | କହିଛନ୍ତି ଯେ ପ୍ରାୟ ସମସ୍ତ ନେତା ଏବେ ପଞ୍ଜାବ ନିର୍ବାଚନକୁ ନେଇ ବ୍ୟସ୍ତ ଅଛନ୍ତି। ତେଣୁ ସେ ଅନ୍ୟମାନଙ୍କୁ ସାକ୍ଷାତ କରିବାକୁ ଉଚିତ ମନେ କରିନଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତୃଣମୂଳ ସୁପ୍ରିମୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଅନ୍ୟ ଦଳର ନେତାମାନଙ୍କୁ ନିଜ ଦଳରେ ସାମିଲ କରିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଗତ ମଙ୍ଗଳବାର କଂଗ୍ରେସ ନେତା କୀର୍ତ୍ତି ଆଜାଦ, ଅଶୋକ ତନୱର, ଟିଏମ୍ସିରେ ସାମିଲ ହୋଇଥିବା ବେଳେ ବୁଧବାର ରାତିରେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମାଙ୍କ ସହ ୧୨ ଜଣ କଂଗ୍ରେସ ବିଧାୟକ ଟିଏମ୍ସିରେ ଯୋଗ ଦେଇଛନ୍ତି। ଏସବୁ ବାଦ୍ ମମତା ବାନାର୍ଜୀଙ୍କ ଉପରୋକ୍ତ ବୟାନ କଂଗ୍ରେସକୁ ଏକ ବଡ଼ ଝଟ୍କା ଦେଇଛି। ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ ନହେବାର କାରଣ ପଚରାଯିବାରେ ମମତା ଦେଇଥିବା ଉତ୍ତରରୁ ସ୍ପଷ୍ଟ ଜଣାପଡ଼ୁଛି, ସେ କଂଗ୍ରେସକୁ ଆଦୌ ଗୁରୁତ୍ବ ଦେବାକୁ ଚାହୁନାହାନ୍ତି।
More Stories
ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା:ଦିଲ୍ଲୀରେ ତାଲିକା ଫାଇନାଲ!….
ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍…..
ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ……