ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଦିବ୍ୟାଙ୍ଗ ନାବାଳିକୁ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି | ଅଭିଯୁକ୍ତ ରଇକେଲାପୋଷର ଅନୀଲ କୁମାର ମାହାନ୍ତକୁ ଦୋଷୀ ସାବ୍ୟସ୍ତ କରି ୬ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଏହା ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ଆଦେଶ ଦେଇଛନ୍ତି। ୨୦୧୫ ସେପ୍ଟେମ୍ବର ୨୨ ତାରିଖ ଅପରାହ୍ନ ୪ଟାରେ ୧୨ ବର୍ଷର ଦୃଷ୍ଟି ଓ ଵାକ୍ ଶକ୍ତି ଵାଧିତ ନାବାଳିକା ଘରେ ଏକୁଟିଆ ଥିବା ଵେଳେ ଅଭିଯୁକ୍ତ ଅନୀଲ ଘରେ ପଶି ଜୋରଜଵରଦସ୍ତ ଦୁଷ୍କର୍ମ କରିଥିଲା। ଅଭିଯୋଗ ପରେ ପୁଲିସ ଦୁଷ୍କର୍ମ ଓ ପକ୍ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..