ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେରୁର ଉତ୍ତର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପ୍ରଭାବରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଆଇଏନଡିଇସିଆଇ ପକ୍ଷରୁ ଏହି ଖବର ଜଣାପଡିଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୭.୫ ରେକର୍ଡ କରାଯାଇଛି। ଆଇଏନଡିଇସିଆଇ ପକ୍ଷରୁ ରବିବାର ମିଳିଥିବା ସୂଚନା ଅନୁଯାୟୀ,ଭୂକମ୍ପ କାରଣରୁ ୩୬୨ ଘର କ୍ଷତିଗ୍ରସ୍ତ ହେବା ସହ ୭୬ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଗତକାଲି ସକାଳେ ଇଏମଏସସି ପକ୍ଷରୁ କୁହାଯାଇଛି, ଉତ୍ତର ପେରୁରେ ୭.୫ ତିବ୍ରତା ଭୂକମ୍ପ ଝଟକା ଅନୁଭବ ହୋଇଛି। ଏଥିରେ ପଡ଼ୋଶୀ ଇକ୍ୟୁଏଡରରେ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି | ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପରେ ପେରୁର ୭ ଟି ମେଡିକାଲ ଏବଂ ୧୩ ଟି ଚର୍ଚ୍ଚ କ୍ଷତିଗ୍ରସ୍ତ ହୋଇଛି ଏବଂ ରାସ୍ତା ଏବଂ ବିଦ୍ୟୁତ ତାର ପ୍ରଭାବିତ ହୋଇଛି।






More Stories
ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ,୧୨ ମୃତ……
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା…..
ଏଫସିଆରଏ ବିଲକୁ ଜେପିିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଲା କେନ୍ଦ୍ର…..