Report Card Odisha

| Daily Odia News

ଆଜିଠୁ ବଦଳିବ ପାଗ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସାମୁଦ୍ରିକ ଝଡ଼ ‘ଜୱାଦ୍‌’ ଅବପାତରେ ପରିଣତ ହେବା ପରେ ଦୁର୍ବଳ ହୋଇଛି। ଆଜି ସକାଳ ସାଢ଼େ ୫ଟାରେ ଅବପାତ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇ ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ‘ଜୱାଦ୍‌’ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ତଥା ତତ୍‌ ସଂଲଗ୍ନ ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିବ। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Breaking News