Report Card Odisha

| Daily Odia News

ବାୟୋମେଟ୍ରିକ ଉପସ୍ଥାନ ବାତିଲ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ସହିତ ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବଢିଚାଲିଛି । ସଂକ୍ରମଣ ବଢ଼ୁଥିବାରୁ ବାୟୋମେଟ୍ରିକ ଉପସ୍ଥାନ ବାତିଲ ହୋଇଛି । ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ହୋଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ତେବେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୭୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଏହା ଦୈନିକ ନୂଆ ରେକର୍ଡ କରୁଛି । ସେହିପରି ଦେଶରେ ଦିନକରେ ୧୨୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୮୯୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୪୫ ହଜାର ୫୮୨ ଓ ସୁସ୍ଥ ହୋଇଛନ୍ତି ୩ କୋଟି ୪୨ ଲକ୍ଷ ୯୫ ହଜାର ୪୦୭ ସଂକ୍ରମିତ । ଅନ୍ୟପଟେ ଏବେ ସୁଦ୍ଧା ଦେଶରେ ୧୭୦୦ ମାମଲା କେବଳ ଓମିକ୍ରନର ଚିହ୍ନଟ ହୋଇଛି । ଏଥିମଧ୍ୟରୁ ସର୍ବାଧିକ ମାମଲା ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳରୁ ଚିହ୍ନଟ ହୋଇଛି । ସୁଚନାଯୋଗ୍ୟ, ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Breaking News