ରିପୋର୍ଟ କାର୍ଡ / କଟକ
କଟକ ସିଡିଏ ସେକ୍ଟର-୭ ନମ୍ବର ମର୍କତନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ ହୋଇଛି। ଗତକାଲି ଏହି ଘଟଣାରେ ପୋଲିସ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏହାସହ ମହିଳା କିଙ୍ଗପିନ୍ଙ୍କ ସମେତ ଜଣେ ଗ୍ରାହକ, ଜଣେ ଦଲାଲ୍ ଏବଂ ଅନ୍ୟ ଜଣେ ହୋଟେଲ୍ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ମର୍କତନଗର ଥାନା ପଛପଟ ଏକ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ପୋଲିସ୍ ରେଡ୍ କରିଥିଲା। ଏହି ସମୟରେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ରେଡ୍ ବେଳେ ପୋଲିସ୍ ଏକ ଡିଭିଡ଼ି ପ୍ଲେୟାର, ଗୋଟିଏ କାର୍, ବାଇକ, ମୋବାଇଲ ଫୋନ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କଟକ ଆଡିସନାଲ ଡିସିପି ସୂଚନା ଦେଇଛନ୍ତି ।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..