Report Card Odisha

| Daily Odia News

ଯୋଗୀଙ୍କୁ ଟକ୍କର ଦେବେ ଆଜାଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ଦେଶ ବାସୀଙ୍କ ନଜର | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଯୋଗୀଙ୍କ ଗଡ଼ ହେଉଛି ଗୋରଖପୁର | ନିର୍ବାଚନରେ ଯୋଗୀ ଗଡ଼ରୁ ଚ୍ୟାଲେଞ୍ଜ ଦେବେ ଆଜାଦ। ଏ ସମ୍ପର୍କରେ ଆଜାଦ ସମାଜ ପାର୍ଟି ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜାଦଙ୍କ ଦଳ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମିଶି ଲଢ଼ିବାକୁ ଚାହୁଁଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦୁଇ ଦଳ ମଧ୍ୟରେ ମେଣ୍ଟ ସମ୍ଭବ ହୋଇ ନଥିଲା। ଏଥିରେ ଆଜାଦ କ୍ଷୁବ୍ଧ ହେବା ସହ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ। ଏବେ ମିଳିଥିବା ସୂଚନା ଅନୁଯାୟୀ, ଆଜାଦ ସମାଜ ପାର୍ଟି ଉତ୍ତର ପ୍ରଦେଶର ପ୍ରାୟ ୩୩ଟି ଆସନରେ ପ୍ରାର୍ଥୀ ଦେବ। ଏହା ମଧ୍ୟରୁ ଗୋରଖପୁର ଅନ୍ୟତମ। ଦଳ ଗୋରଖପୁରରୁ ଆଜାଦଙ୍କୁ ଟିକେଟ ଦେଇଛି। ସେ ଯୋଗୀଙ୍କ ବିରୋଧରେ ନାମାଙ୍କନ ଭରିବେ। ଏହି ଆସନରେ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ପ୍ରାର୍ଥୀ ଦିଅନ୍ତୁ ନାହିଁ ବୋଲି ଆଜାଦ ସାମଜ ପାର୍ଟି ଚାହୁଁଛି। ଏଥିସହ ସମସ୍ତେ ମିଳିତ ଭାବେ ଯୋଗୀଙ୍କୁ ହରାଇବା ପାଇଁ ଆଜାଦଙ୍କୁ ସମର୍ଥନ କରନ୍ତୁ ବୋଲି ଦଳ ଲକ୍ଷ୍ୟ ରଖିଛି। ହେଲେ ସମାଜବାଦୀ ପାର୍ଟି ଓ କଂଗ୍ରେସ ସମେତ ଅନ୍ୟ ଦଳ ଏଥିରେ ରାଜି ହେବେ କି ନାହିଁ ତାହା ଆଗକୁ ଦେଖିବାକୁ ରହିଲା |

Breaking News