Report Card Odisha

| Daily Odia News

କଲେଜ ଛାତ୍ରଛାତ୍ରୀଙ୍କର ହେବ ସାର୍ଟିଫିକେଟ ଯାଞ୍ଚ……

ରିପୋର୍ଟ କାର୍ଡ /  ଭୁବନେଶ୍ୱର

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପେଶାଲ ଟିମ୍ ଗଠନ କରାଯାଇ କଲେଜ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ ଯାଞ୍ଚ ହେବ | ନିକଟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ସାର୍ଟିଫିକେଟରେ ନାମଲେଖା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଛଡ଼ା ରାଜ୍ୟର ଅନ୍ୟ କଲେଜଗୁଡ଼ିକରେ ମଧ୍ୟ ଏହି କାରନାମା ଚାଲିଥାଇପାରେ । ତେଣୁ ସିଡିଏମଓଙ୍କ ଦ୍ୱାରା ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଇଥିବା ପିଲାମାନଙ୍କର ପ୍ରମାଣପତ୍ର ଯାଞ୍ଚ ହେବ । ଯେଉଁମାନେ ଧରାପଡ଼ିବେ, ସେମାନଙ୍କ ବିରୋଧରେ ଏତଲା ଦାୟର କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଭଦ୍ରକ ସ୍ୱୟଂଶାସିତ କଲେଜରେ ଫେକ୍ ସାର୍ଟିଫିକେଟରେ ନାମଲେଖା ଘଟଣାର ପର୍ଦ୍ଦାଫାସ ହେବା ପରେ କିଛି ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ତଦନ୍ତ ଦାବି କରିଥିଲେ ।

 

Breaking News