ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଷ୍ଟ ଓ୍ବାଣ୍ଟେଡ ଦାଉଦ୍ ଇବ୍ରାହିମ୍ଙ୍କ ଭାଇ ଇକ୍ବାଲ କାସକରଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ଥାଣେ ଜେଲ୍ରୁ ଦାଉଦଙ୍କ ଭାଇ ଇକ୍ବାଲ କାସକରଙ୍କୁ ଇଡି ଗିରଫ କରିଥିବା ଜଣାପଡ଼ିଛି। ତାଙ୍କୁ ଏକ ସ୍ବତନ୍ତ୍ର ପିଏମ୍ଏଲ୍ କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ, ଇଡି ପକ୍ଷରୁ ଦାଉଦ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଇଡି ଇକ୍ବାଲଙ୍କୁ ପଚରାଉଚରା କରିବା ବୋଲି ସୂଚନା ରହିଛି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……