Report Card Odisha

| Daily Odia News

ଆବାସ ଯୋଜନା ହରିଲୁଟ ଅଭିଯୋଗ…..

ରିପୋର୍ଟ କାର୍ଡ / ବେଗୁନିଆପଡା

ଛାତ ଘର ନଥାଇ ହିତାଧିକାରୀଙ୍କୁ ମିଳିଛି ମରାମତି ଟଙ୍କା l ଚାଳ ଘରେ ଲାଗିଛି ଛାତ ଘର ମରାମତି ପୋଷ୍ଟର l ରାଜ୍ୟ ସରକାର ପକ୍କା ଘର ଯୋଜନା ରେ ଘର ନିର୍ମାଣ କରିଥିବା ହିତାଧିକାରୀଙ୍କୁ ଘର ମରାମତି ଲାଗି ତିନି ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝରୀ ପଞ୍ଚାୟତ ର ପି. ନୂଆଗାଁ ଗ୍ରାମର କେତେକ ପରିବାରକୁ ପକ୍କା ଘର କରିନଥାଇବି ଆକାଉଣ୍ଟ କୁ ଆସିଛି ଘର ମରାମତି ଟଙ୍କା । ଘର ମରାମତି ସହାୟତ ପୋଷ୍ଟର ଘର କାନ୍ଥରେ ମରାଯିବା ପରେ ପଦାକୁ ଆସିଛି ଆବାସ ଦୁର୍ନିତି ଲ ଆପଣ ଦେଖୁଥିବା ଏହି ଘର ଟି ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝରୀ ପଂଚାୟତ ପି ନୂଆଁଗାଁ ଗ୍ରାମର ରାମ ଦାସଙ୍କ ଘର । ଘର କାନ୍ଥରେ ଲାଗିଛି ମୁଖ୍ୟମନ୍ତ୍ରୀ ଘର ମରାମତି ପଇଁ ୩୦୦୦ ଟଙ୍କା ସହାୟତା ଦେବାର ପୋଷ୍ଟର । କିନ୍ତୁ ରାମ ଙ୍କୁ କୌଣସି ପକ୍କା ଘର କେବେବି ମିଳି ନଥିବା କହିଛନ୍ତି ତାଙ୍କ ପତ୍ନୀ । ହେଲେ ଦଳିଅ ନେତା ତାଙ୍କ କାନ୍ଥରେ ଲଗାଇଛନ୍ତି ପୋଷ୍ଟର l କାହିଁକି ପୋଷ୍ଟର ମାରାଯାଉଛି ପରିବାର ବର୍ଗ ପାଚାରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ପୂର୍ବରୁ ପକ୍କା ଘର ହୋଇଛି କିନ୍ତୁ ସେ ଏହି ଯୋଜନାରୁ କୌଣସି ସୁଫଳ ପାଇନାହାନ୍ତି l ତାଙ୍କରି ନାମରେ କେହି ଯୋଜନା ହରିଲୁଟ କରିନେଇଥିବା ଅଭିଯୋଗ କରିଛନ୍ତି ରାମଙ୍କ ପରିବାର ବର୍ଗ l ସେହି ଭଳି ଗ୍ରାମର ଅନେକ ପରିବାର ର ଘର ଏହିଭଳି ହରିଲୁଟ ହୋଇଛି l

ଏହାର ତଦନ୍ତ କରାଯାଇ ଦୋଷିବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ପକା ଘର ଯୋଗାଇବାକୁ ଦାବିକରିଛନ୍ତି ଅଞ୍ଚଳବାସୀ l ଅନ୍ୟପଟେ ଏହି ବିଷୟରେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ କଣ କହୁଛନ୍ତି ଆସନ୍ତୁ ଦେଖିବା l ମୁଖ୍ୟମନ୍ତ୍ରୀଙ୍କ ପକ୍କା ଘର ମରାମତି ସହାୟତା ପ୍ରଦାନ ପରେ ପଦାରେ ପଡିଛି ଆବାସ ଯୋଜନ ର ଦୁର୍ନିତିର ଗୁମର । ଏହାର ଉଚ ସ୍ତରୀୟ ତଦନ୍ତ ହେଲେ ଏହି କେଳେଙ୍କାରୀ ରେ ସମ୍ପୃକ୍ତ ଅଧିକାରୀ ଙ୍କ ବିଷୟରେ ତଥ୍ୟ ପଦାକୁ ଆସିପାରିବ l

Breaking News