Report Card Odisha

| Daily Odia News

ଅଭିଷେକ ବାନାର୍ଜୀ ହେଲେ AITMC ଜାତୀୟ ସାଧାରଣ ସମ୍ପାଦକ….

ରିପୋର୍ଟ କାର୍ଡ / କୋଲକାତା

ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ର ଜାତୀୟ କାର୍ଯ୍ୟକାରିଣୀ ଗଠିତ ହୋଇଛି। ଶୁକ୍ରବାର ଦଳର ନେତ୍ରୀ ମମତା ବାନାର୍ଜୀ କାର୍ଯ୍ୟକାରିଣୀ ଗଠନ କରିଥିବା ବେଳେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଯଶବନ୍ତ ସିହ୍ନାଙ୍କୁ ଦଳର ଜାତୀୟ ଉପାଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ସିହ୍ନାଙ୍କ ସହ ମମତା ସୁବ୍ରତ ବଖସୀ ଓ ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟ ମଧ୍ୟ ଉପାଧ୍ୟକ୍ଷ କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀରେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅରୂପ ବିଶ୍ୱାସଙ୍କୁ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ କୋଲକାତା ମହାପୌର ଫରହାଦ କହିମ ସମନ୍ୱୟ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଦଳରେ ପୁରୁଣା ନେତା ଓ ଯୁବ ନେତାଙ୍କ ମଧ୍ୟରେ ବଢୁଥିବା ଆଭ୍ୟନ୍ତରିଣ କଳହ ମଧ୍ୟରେ ମମତା ବାନାର୍ଜୀ ଗତ ସପ୍ତାହରେ ଜାତୀୟ ପଦାଧିକାରୀ ସମିତି ଓ ଏହା ଅନ୍ତର୍ଗତ ଆସୁଥିବା ବିଭାଗ ଭଙ୍ଗ କରିଥିଲେ। ଏହା ବାଦେ ମମତା ଶୁକ୍ରବାର ୨୦ ସଦସୀୟ କାର୍ଯ୍ୟକାରିଣୀର ଗଠନ କରିଛନ୍ତି।

 

 

Breaking News