ରିପୋର୍ଟ କାର୍ଡ / କୋଲକାତା
ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ର ଜାତୀୟ କାର୍ଯ୍ୟକାରିଣୀ ଗଠିତ ହୋଇଛି। ଶୁକ୍ରବାର ଦଳର ନେତ୍ରୀ ମମତା ବାନାର୍ଜୀ କାର୍ଯ୍ୟକାରିଣୀ ଗଠନ କରିଥିବା ବେଳେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଯଶବନ୍ତ ସିହ୍ନାଙ୍କୁ ଦଳର ଜାତୀୟ ଉପାଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ସିହ୍ନାଙ୍କ ସହ ମମତା ସୁବ୍ରତ ବଖସୀ ଓ ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟ ମଧ୍ୟ ଉପାଧ୍ୟକ୍ଷ କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀରେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅରୂପ ବିଶ୍ୱାସଙ୍କୁ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ କୋଲକାତା ମହାପୌର ଫରହାଦ କହିମ ସମନ୍ୱୟ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଦଳରେ ପୁରୁଣା ନେତା ଓ ଯୁବ ନେତାଙ୍କ ମଧ୍ୟରେ ବଢୁଥିବା ଆଭ୍ୟନ୍ତରିଣ କଳହ ମଧ୍ୟରେ ମମତା ବାନାର୍ଜୀ ଗତ ସପ୍ତାହରେ ଜାତୀୟ ପଦାଧିକାରୀ ସମିତି ଓ ଏହା ଅନ୍ତର୍ଗତ ଆସୁଥିବା ବିଭାଗ ଭଙ୍ଗ କରିଥିଲେ। ଏହା ବାଦେ ମମତା ଶୁକ୍ରବାର ୨୦ ସଦସୀୟ କାର୍ଯ୍ୟକାରିଣୀର ଗଠନ କରିଛନ୍ତି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……