ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ମାସ ୨୩ ତାରିଖରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହେବ। ପରବର୍ତ୍ତୀ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ଦ୍ଦେଶକ ପଦ ପାଇଁ ମୋଟ ୩୨ ଜଣ ଆବେଦନ କରିଛନ୍ତି। ଖ୍ୟାତନାମା ହୃଦ୍ରୋଗ ବିଶେଷଜ୍ଞ ତଥା ଦିଲ୍ଲୀ ଏମ୍ସ ‘କାର୍ଡିଓଥୋରାସିକ୍ ଆଣ୍ଡ୍ ଭାସ୍କୁଲାର୍ ସର୍ଜରି’ ବିଭାଗ ପ୍ରଫେସର ଅକ୍ଷୟ କୁମାର ବିଶୋୟୀ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ଏହି ପଦ ପାଇଁ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ, ଏମ୍ସ ଟ୍ରମା ସେଣ୍ଟର ମୁଖ୍ୟ ରାଜେଶ ମାଲହୋତ୍ରା, ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଏମ୍ବିପି ପଦ୍ମା ଶ୍ରୀବାସ୍ତବ ମଧ୍ୟ ଆବେଦନ କରିଛନ୍ତି। ସୂଚନା ମୁତାବକ ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନାମ ଚୟନ ପାଇଁ କେନ୍ଦ୍ର ସ୍ବାସ୍ଥ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଚାରି ଜଣିଆ ‘ସର୍ଚ କମିଟି’ ଗଠନ କରାଯାଇଛି। କମିଟି ଆବେଦନକାରୀଙ୍କ ମଧ୍ୟରୁ କେତେକଙ୍କ ନାମ ଚୂଡ଼ାନ୍ତ କରି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟକୁ ପଠାଇବେ। କ୍ୟାବିନେଟ୍ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..