ରିପୋର୍ଟ କାର୍ଡ / କଟକ
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବୁଧବାର ଅନୁରୂପ ନିର୍ଦ୍ଦେଶନାମା ଜାରି ହୋଇ ରାଜଧାନୀର ବିଭିନ୍ନ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। ବିଏମସିର ଏହି ସଂଶୋଧିତ ଗାଇଡଲାଇନ ପରେ ମାର୍ଚ୍ଚ ୧ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ଆଡ଼ମ୍ବରପୂର୍ଣ୍ଣ ଢଙ୍ଗରେ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାସହିତ ରାଜଧାନୀର ବିଭିନ୍ନ ଶୈବ ପୀଠରେ ମଧ୍ୟ ଜାଗର ପର୍ବ ପାଳନ ହୋଇପାରିବ। ଆଜି ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ଟିକାକରଣ ହୋଇଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଅନୁମତି ରହିଥିଲା। କିନ୍ତୁ ଆଜି ଏହାକୁ ସଂଶୋଧନ କରାଯାଇଛି। ରାଜଧାନୀର ଯେକୌଣସି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପୂଜାର୍ଚ୍ଚନା ନିମନ୍ତେ ଶ୍ରଦ୍ଧାଳୁଙ୍କୁ ଆଉ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଓା ପରିଚୟ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ। ସେହିପରି ପୂଜାରୀ ଓ ସେବାୟତମାନେ ମଧ୍ୟ ଦୁଇ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ ନୁହେଁ। ଅବଶ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପରିସରରେ କୋଭିଡ୍ ଗାଇଡଲାଇନ ଯଥା- ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ଧୋଇବା ଭଳି ବ୍ୟବସ୍ଥାକୁ ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ ବିଏମସି ପରାମର୍ଶ ଦେଇଛି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..