ରିପୋର୍ଟ କାର୍ଡ / କୋରାପୁଟ
ଖୁବଶୀଘ୍ର ବିଜେପି ଛାଡ଼ୁଛନ୍ତି ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି। ଏନେଇ ଆଜି ମନ୍ତ୍ରୀ ଜୟରାମ ପାଙ୍ଗି ଘୋଷଣା କରିଛନ୍ତି | କୋଟିଆର ଉତ୍କଳ ଦିବସ ପାଳନ ଅବସରରେ ଜୟରାମ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଲାଗି ଅଧିକ ସମୟ ଦେବି । ସୀମାନ୍ତ ଅଞ୍ଚଳର ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି କରିବି ।’ ତେବେ ଗତ ନିର୍ବାଚନରେ ସାଂସଦ ଭାବେ ନିର୍ବାଚନ ଲଢ଼ି ହାରିଥିଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି । ଦୀର୍ଘ ୪୪ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ ଜୟରାମ ପାଙ୍ଗି । ରାଜନୀତିରେ ସବୁବେଳେ ସେ ନିଜକୁ ବିଜୁ ବାବୁଙ୍କ ଶିଷ୍ୟ ବୋଲାଇଛନ୍ତି । ପଟାଙ୍ଗି ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ହୋଇଥିଲେ ଜୟରାମ ପାଙ୍ଗି । ୧୯୯୦ ମସିହାରେ ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ସେ ମନ୍ତ୍ରୀ ଥିଲେ । ବିଜୁ ଜନତା ଦଳରୁ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳରୁ ନିଲମ୍ବିତ ହେବାପରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ରେ ବିଜେପି ଦଳରୁ କୋରାପୁଟ ଲୋକସଭା ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ଏଥିରେ ସେ ପରାଜିତ ହୋଇଥିଲେ ।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……