ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାତିରେ ଗୋଟିଏ ପରିବାର ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟି ୭ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ବଡ଼ ଧରଣର ଅଘଟଣ ଘଟିଛି ପଞ୍ଜାବ ଲୁଧିଆନାରେ। ସୂଚନା ମୁତାବକ ପରିବାର ସମସ୍ତ ସଦସ୍ୟ ରାତିରେ ଘରେ ଶୋଇଥିଲେ । ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ଫଳରେ ବାପା ମା’ଙ୍କ ସହିତ ୫ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ମୃତ ପିଲାମାନଙ୍କ ମଧ୍ୟରେ ୪ଜଣ ଝିଅ ରହିଥିବା ବେଳେ ଜଣେ ପୁଅ ଥିବା ସୂଚନା ମିଳିଛି । ତେବେ ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..