ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍-ୟୁକ୍ରେନ୍ ବିବାଦ ସମାଧାନ ପାଇଁ କୂଟନୈତିକ ଆଲୋଚନା ହିଁ ଏକମାତ୍ର ବିକଳ୍ପ ବୋଲି ଭାରତ ପ୍ରାରମ୍ଭରୁ ଗୁରୁତ୍ବାରୋପ ଥିଲା | ଏହି କଥା ମଙ୍ଗଳବାର ଦିନ ‘ଜାତିସଂଘ ସୁରକ୍ଷା ପରିଷଦ୍’ର ବୈଠକରେ ଭାରତର ସ୍ଥାୟୀ ଉପ-ପ୍ରତିନିଧି ଆର୍. ରବୀନ୍ଦ୍ର କହିଛନ୍ତି। ‘ୟୁକ୍ରେନ୍ରେ ମାନବୀୟ ଅବସ୍ଥା’ ପ୍ରସଙ୍ଗରେ ଆୟୋଜିତ ବୈଠକରେ ବକ୍ତବ୍ୟ ପ୍ରଦାନ କରି ସେ କହିଲେ, କୂଟନୀତି ଏବଂ ଆଲୋଚନାର ମାର୍ଗ ଅନୁସରଣ କରିବା ଆବଶ୍ୟକ ବୋଲି ସଂଘର୍ଷ ଆରମ୍ଭରୁ ଆମେ ଗୁରୁତ୍ବାରୋପ କରିଆସୁଛୁ। ନିରୀହ ମାନବ ଜୀବନ ବିପଦରେ ପଡ଼ିଥିବା ବେଳେ କୂଟନୈତିକ ଆଲୋଚନା ହିଁ ଏକମାତ୍ର ଉପଯୁକ୍ତ ବିକଳ୍ପ। ସେ ଆହୁରି ମଧ୍ୟ କହିଛନ୍ତି, ଗତ ବୈଠକରେ ପରିଷଦ୍ ଏ ପ୍ରସଙ୍ଗରେ ଯାହା ଆଲୋଚନା କରିଥିଲା, ଏବକାର ୟୁକ୍ରେନ୍ରେ ମାନବୀୟ ପରିସ୍ଥିତିର ଆହୁରି ବିଗିଡ଼ି ଗଲାଣି। ୟୁକ୍ରେନ୍ରୁ ମିଳୁଥିବା ରିପୋର୍ଟ ଅନୁସାରେ, ମହିଳା ଓ ପିଲାମାନେ ଖୁବ୍ ପ୍ରଭାବିତ ହୋଇଛନ୍ତି। ଦଳ ଦଳ ହୋଇ ସେମାନେ ପଡ଼ୋଶୀ ଦେଶଗୁଡ଼ିକୁ ଚାଲିଯିବା ସହ ୟୁକ୍ରେନ୍ରେ ମଧ୍ୟ ବାସହରା ହୋଇ ଏଣେ ତେଣେ ଆଶ୍ରୟ ନେଉଛନ୍ତି।
ୟୁକ୍ରେନ୍କୁ ଭାତର ମାନବୀୟ ସହାୟତା କଥା ଉଲ୍ଲେଖ କରି ସେ କହିଛନ୍ତି, ଭାରତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଉଛି। ଆଗକୁ ଆହୁରି ଅଧିକ ପଠାଇ ଚାଲିବ। ଅନେକ ବିକାଶଶୀଳ ଦେଶରେ ଖାଦ୍ୟ ଏବଂ ଶକ୍ତିର ଦର ବୃଦ୍ଧି ପାଇ ୟୁକ୍ରେନ୍ ପରିସ୍ଥିତିର ପ୍ରଭାବ ବିଶ୍ବବ୍ୟାପୀ ଅନୁଭୂତ ହେଉଛି ବୋଲି ସେ କହିଛନ୍ତି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..