ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଆଜି ଏକ ନିର୍ମାଣଧିନ କୋଠା ଭୁଷୁଡ଼ି ପଡ଼ିବାର ଖବର ଆସିଛି । ଏହି ଭଗ୍ନାବଶେଷ ତଳେ ପ୍ରାୟ ୭ ଶ୍ରମିକ ଫସି ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୪ ଶ୍ରମିକଙ୍କୁ ବାହାର କରାଯାଇ ସାରିଲାଣି । ଘଟଣା ବିଷୟରେ ସୂଚନା ପାଇ ଦମକଳ ବାହନୀର ୬ ଗାଡ଼ି ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚିଥିଲା । ବର୍ତ୍ତମାନ ଦମକଳ ଏବଂ ଏନଡିଆରଏଫ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସାହାଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ ୪ ଜଣ ଉଦ୍ଧାର ହୋଇ ସାରିଥିବା ବେଳେ ୩ ଜଣ ଫସି ରହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଦୁର୍ଘଟଣାବ ପରେ ଦୁଖଃ ପ୍ରକାଶ କରିଛନ୍ତି । କୁହାଯାଉଛି ଯେ ଯେଉଁ ସମୟରେ ଏହି କୋଠାଟି ଭୁଷୁଡ଼ିଥିଲା ସେହି ସମୟରେ ଏଠାରେ ମେରାମତି କାର୍ଯ୍ୟ ଚାଲିଥିଲା । ଭଗ୍ନାବଶେଷ ତଳେ ଫସି ରହିଥିବା ସମସ୍ତଙ୍କର ପରିଚୟ ହୋଇଛି । ଏମାନେ ବିହାରର ଆରାରିଆ ବାସିନ୍ଦା ନାସିମ୍ ଏବଂ ଗୁଲଫାରାଜ୍ , ବିଲାଲ୍ , ଅରମାନ୍ , ଭାବରେ, ଆସ୍ଲାମ । ତେବେ ବାକି ଦୁଇ ଜଣଙ୍କର ପରିଚୟ ହୋଇ ପାରିନଥିବା ବେଳେ ଅପରେଶନ ଜାରି ରହିଛି ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..