ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ପ୍ରସଙ୍ଗ କୁନେଇ ରାଜ୍ୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଯୋଗ ଦେଉ ନଥିବା ବେଳେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହି ସଭାରେ ଯୋଗ ଦେବେନାହିଁ ବୋଲି ଜଣାପଡ଼ିଛି। ସାଂସଦ ନବନୀତ୍ ରାଣା ଓ ବିଧାୟକ ରବି ରାଣାଙ୍କ ଗିରଫକୁ ବିରୋଧ କରି ଫଡନାଭିସ୍ ବୈଠକରେ ଯୋଗ ଦେଇନଥିବା ଜଣାପଡ଼ିଛି। ବୈଠକରେ ଯୋଗ ନଦେଇ ସେ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଯଦି ହନୁମାନ ଚାଳିସା ପଢ଼ିବା ପାପ, ତେବେ ଆମେ ହନୁମାନ ଚାଳିସା ପଢ଼ିବୁ। ସରକାର ଯଦି ଚାହିଁବେ ତେବେ ଆମ ବିରୋଧରେ ଦେଶଦ୍ରୋହ ଧାରା ଲଗାଇ ଆମକୁ ଗିରଫ କରିପାରିବେ। ଉଦ୍ଧବ ଠାକରେଙ୍କ ରାଜୁତିରେ ଜେଲରେ ଜଣେ ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର କରାଯାଇଛି। ତାଙ୍କ ଜାତି ଉପରେ ମନ୍ତବ୍ୟ ଦିଆଯିବା ସହ ଜେଲରେ ତାଙ୍କୁ ପାଣି ପିଇବାକୁ ଦିଆଯାଇନାହିଁ ଏବଂ ଶୌଚାଳୟ ମଧ୍ୟ ବ୍ୟବହାର କରିବାକୁ ଦିଆଯାଇନାହିଁ। ସର୍ବଦଳୀୟ ବୈଠକରେ ଯୋଗ ନଦେବାର କାରଣ ଜଣାଇ ସେ କହିଛନ୍ତି ଯେ, ରାଜ୍ୟରେ ଯାହା ଘଟୁଛି ତାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟୁଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ବୈଠକରେ ଉପସ୍ଥିତ ନାହାଁନ୍ତି, ତେବେ ଏପରି ସଭାରେ କେଉଁ ନିଷ୍ପତ୍ତି ନିଆଯିବ? ଏହା ସମୟର ଅପଚୟ ନୁହେଁ କି? ବୋଲି ସେ କହିଛନ୍ତି।






More Stories
ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ…..
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..