Report Card Odisha

| Daily Odia News

ମନସ୍କାମନାପୂର୍ଣ୍ଣ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା​‌ ଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରର ଲାଭବାନ୍‌ ହୋଇପାରନ୍ତି। ଶୁଭକାର୍ଯ୍ୟରେ ପ୍ରଭୁଙ୍କ କୃପା ଦୃଷ୍ଟି ରହିଛି। ମନସ୍କାମନାପୂର୍ଣ୍ଣ ହେବ।

ବୃଷ: ଶାନ୍ତ, ନିପୁଣ ଓ ​ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ। ବିଦ୍ବାନ୍‌ ଓ ଦୟାର୍ଦ୍ରଚିତ୍ତ ହେବେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି।

ମିଥୁନ: ଚିନ୍ତାଧାରା ଉନ୍ନତମାନର ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ବା ସରକାରୀ ସ୍ତରରୁ ଲାଭଆଦାୟ କରିପାରନ୍ତି। ସୁସ୍ଥ ରହିବେ। କେବଳ ପାଟି ସ୍ବାଦ ପାଇଁ ନୁହେଁ, ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ।

କର୍କଟ: ଅରୁଚିକର ବିତର୍କରୁ ଓହରି ଯାଇପାରନ୍ତି। ଭୋଗାସକ୍ତ ହୋଇପାରନ୍ତି। ଧନ ଲାଭକାରୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ନିତ୍ୟାନନ୍ଦ ଭୋଗ କରିବେ। ଗୁଣବାନ୍‌, ବହୁବିଦ୍ୟା ପାରଙ୍ଗମ ହେବେ।

ସିଂହ: ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ପରୋପକାରୀ ହେବେ।

କନ୍ୟା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ଦୟାଳୁ ସ୍ବଭାବସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ।

ତୁଳା: ଧନବାନ୍‌ ହୋଇପାରନ୍ତି। ମହିଳା ଗୋଷ୍ଠୀର ନେତୃତ୍ବ ନେବେ। ସରକାରୀ ଅନୁକମ୍ପାରୁ ଅର୍ଥ ମିଳିବ। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ପ୍ରିୟଭାଷୀ ହୋଇପାରନ୍ତି। ପାରିବାରିକ ସ୍ନେହଶ୍ରଦ୍ଧା ଅତୁଟ ରହିବ।

ବିଛା: ଭାଗ୍ୟଲକ୍ଷ୍ମୀ ପ୍ରସନ୍ନ ରହିବେ। କୁଳ ପ୍ରଧାନ ହେବେ। ପୁତ୍ର ଅଥବା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ମଧୁର ବଚନ କହି ସମସ୍ତଙ୍କ ପ୍ରିୟ ହେବେ।

ଧନୁ: ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ଶତ୍ରୁ ବିଜୟୀ ହେବେ। ନୃପତି ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ତୀର୍ଥଯାତ୍ରା କରିପାରନ୍ତି। ବିତ୍ତବାନ୍‌ ହେବେ।

ମକର: ସୁପୁତ୍ର ଲାଭ ଅଥବା ପୁତ୍ରବତ୍‌ ଧନଲାଭର ସୂଚନା ମିଳୁଛି। ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ପତ୍ନୀ ପୁତ୍ର ସୁଖଯୁକ୍ତ ହେବେ। ପବିତ୍ର ହୃଦୟଯୁକ୍ତ ହେବେ। ଦେବ, ଦ୍ବିଜଙ୍କ ଭକ୍ତ ହେବେ।

କୁମ୍ଭ: ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବନ୍ଧୁପ୍ରେମୀ ଓ ନୀତିଜ୍ଞ ହେବେ। ଯାନବାହନ ସୁଖ ମିଳିବ। ସ୍ମରଣ ଶକ୍ତି ପ୍ରଖର ହେବ। ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି।

ମୀନ: ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ର ବିଶାରଦ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବେ। ଉଚ୍ଚ ପଦରେ ଅଧିଷ୍ଠିତ ହେବାର ସୁଯୋଗ ଅଛି।

Breaking News