Report Card Odisha

| Daily Odia News

ହୋଟେଲରେ ଭୟଙ୍କର ବିସ୍ଫୋରଣ, ୨୨ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କ୍ୟୁବାର ରାଜଧାନୀ ହଓ୍ୱାନାର ଏକ ବଡ଼ ହୋଟେଲ ଉପରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ହେବା ସମୟର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ପାଞ୍ଚ ତାରକା ହୋଟେଲରେ ବିସ୍ଫୋରଣ ହେଉଛି । ମାତ୍ର କିଛି ସମୟ ମଧ୍ୟରେ ସରା ଅଞ୍ଚଳ ଧୂଆଁମୟ ହୋଇଯାଉଛି । କୁହାଯାଉଛି କି ଗ୍ୟାସ୍‌ ଲିକ୍‌ ଯୋଗୁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବିସ୍ଫୋରଣ ଯୋଗୁ ହୋଟେଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଠାକାର ରାଷ୍ଟ୍ରପତି ମିଗେଲ ଡିୟାଜ କନେଲଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି।

Breaking News