ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ୟୁବାର ରାଜଧାନୀ ହଓ୍ୱାନାର ଏକ ବଡ଼ ହୋଟେଲ ଉପରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ହେବା ସମୟର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ପାଞ୍ଚ ତାରକା ହୋଟେଲରେ ବିସ୍ଫୋରଣ ହେଉଛି । ମାତ୍ର କିଛି ସମୟ ମଧ୍ୟରେ ସରା ଅଞ୍ଚଳ ଧୂଆଁମୟ ହୋଇଯାଉଛି । କୁହାଯାଉଛି କି ଗ୍ୟାସ୍ ଲିକ୍ ଯୋଗୁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବିସ୍ଫୋରଣ ଯୋଗୁ ହୋଟେଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଠାକାର ରାଷ୍ଟ୍ରପତି ମିଗେଲ ଡିୟାଜ କନେଲଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..