ରିପୋର୍ଟ କାର୍ଡ / ଭୁବନେଶ୍ୱର
ସମ୍ଭାବ୍ୟ ବାତ୍ୟାର କୁ ନେଇ ରାଜ୍ୟ ବାସୀଙ୍କ ମନରେ ଭୟ ଲାଗିରହିଥିବା ବେଳେ ରିପୋର୍ଟ ଆସିଛି କି ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବ ନାହିଁ| ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆସନ୍ତା ୧୦ ତାରିଖରେ ବାତ୍ୟା ଦିଗ ପରିବର୍ତ୍ତନ କରିବ। ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ଦିଗ ବଦଳାଇବା ପରେ ଏହା ସ୍ଥଳଭାଗ ସ୍ପର୍ଶ କରିବ ନାହିଁ। ଓଡିଶା ହେଉ କି ଆନ୍ଧ୍ର,ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ନାହିଁ। ସ୍ଥଳଭାଗ ନ ଛୁଇଁ ବାତ୍ୟା ସମୁଦ୍ର ଉପରେ ଚାଲିଯିବ। ସମାନ୍ତରାଳ ଭାବେ ସମୁଦ୍ରରେ ଓଡିଶା ଉପକୂଳ ଦେଇ ଯିବ। ମେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୮ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ୧୦ ସନ୍ଧ୍ୟା ପରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ। ଗଞ୍ଜାମ,ଗଜପତି,ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରେ ବର୍ଷା ହେବ। କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇ ପାରେ ବୋଲି ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟା କହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..