ରିପୋର୍ଟ କାର୍ଡ / ଭୁବନେଶ୍ୱର
ମା’ ଶବ୍ଦର ତୁଳନା ନାହିଁ । ମାଆ ଓ ମାତୃଭୂମି ସ୍ୱର୍ଗଠାରୁ ବଡ । ତାର ଭଲପାଇବା ସନ୍ତାନ ପ୍ରତି ବାତ୍ସଲ୍ୟ ଓ ଅତୁଳନୀୟ । ସନ୍ତାନର ଜନ୍ମଠାରୁ ଆରମ୍ଭ ହୁଏ ମାଆର ଦୁଃଖ ଯନ୍ତ୍ରଣା । ପିଲାଟିଏ ବଡ ହେବା ପର୍ଯ୍ୟନ୍ତ ଦିବାରାତ୍ର ଅହନିଶି ଲାଘବ ହୁଏନି ତାର କଷ୍ଟ । ତଥାପି ଏହି କଷ୍ଟକୁ ଭୁଲି ମା କରେ ତାର କର୍ତ୍ତବ୍ୟ । ସନ୍ତାନର ଲାଳନ ପାଳନରେ କେବବି କରେନି ଅବହେଳା । କାରଣ ମାଆଠୁ ବଡ କେହି ନାହିଁ । ଆଜି ମେ ୮ । ଅର୍ଥାତ୍ ମାଆ ପାଇଁ ଦିନଟିଏ । ତେବେ ମାଆ ପାଇଁ ତ ସବୁଦିନ ସମାନ । ତଥାପି ସେହି ସ୍ୱର୍ଗାଦପୀ ଗରିୟସୀ ପାଇଁ ଖାସ ଦିନଟି । ପିଲାଟିଏ ପାଇଁ ତା ମାଆ ସୁପର ମମ୍ । ଯେତେ ଯାହା ବିପଦ ଆସିଲେ ସେ ଚଟାଣ ଭଳି ହୋଇଯାଏ ଛିଡା । ମାଆ କେବେ କିଛି ଇଛା କରେନି କି ମାଗେନି । ସର୍ବଦା ଇଛା ଥାଏ ମୋର ନୟନ ପିତୁଳାଟି ଖୁସିରେ ରହୁ । ଏମତିକି ସବୁ ଦୋଷ ଦୁର୍ବଳତା ଲୁଚାଇବାରେ ପଞ୍ଚଘୁଞ୍ଚା ଦିଏନି ମାଆ । ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ଏହି ପରମ୍ପରା । ଆମେରିକାର ଏନା ଜର୍ବିସ ନାମ୍ନୀ ମହିଳା ଆରମ୍ଭ କରିଥିଲେ ମଦର୍ସ ଡେ ସେଲିବ୍ରେସନ । ଏବେ ଏହା ସାରା ବିଶ୍ୱକୁ ବ୍ୟାପିଗଲାଣି । ଦୁନିଆର ପ୍ରତି କୋଣ ଅନୁକୋଣରେ ମାତୃଦିବସର ସେଲିବ୍ରେସନ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପାଳନ ହୁଏ ମଦର୍ସ-ଡେ ।
.






More Stories
ଆମ୍ବେଦକରଙ୍କ ଜୟନ୍ତୀ…..
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା…..
ଆଜିଠୁ ନବରାତ୍ରୀ ପୂଜା ଆରମ୍ଭ…..