ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି । ନେପାଳ ସେନା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନରେ ୪ ଜଣ ଓଡ଼ିଆ ସମେତ ୨୨ଯାତ୍ରୀ ଥିଲେ । ଉଦ୍ଧାର ହୋଇଥିବା କିଛି ଶବକୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇନାହିଁ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..