Report Card Odisha

| Daily Odia News

ପରଲୋକରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନାଥ । ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ ।

Breaking News