ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ୍ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୧୩ରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପ୍ରାୟ ସମସ୍ତ ବିଷୟର ଖାତାଦେଖା ହେବାକୁ ଥିବାବଳେ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଅବଶିଷ୍ଟ ବିଷୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଖାତାଦେଖା ହେବ । ଅଫଲାଇନ୍ ଓ ଅନଲାଇନରେ ମୂଲ୍ୟାୟନ ହେବାକୁ ଥିବାବଳେ ଅଫଲାଇନ୍ ପାଇଁ ୬୪ଟି କେନ୍ଦ୍ର ଏବଂ ଅନଲାଇନ ପାଇଁ ୩୭ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି । ଜୁଲାଇରେ ଫଳ ପ୍ରକାଶ ପାଇଁ ସିଏଚଏସଇ ଲକ୍ଷ୍ୟ ରଖିଛି । ବ୍ରଜରାଜନଗର ନିର୍ବାଚନ ପାଇଁ ପରୀକ୍ଷା ସୂଚୀ ପରିବର୍ତ୍ତନ ହୋଇଥିବାରୁ ଏହି ବିଷୟଗୁଡ଼ିକର ଖାତା ଦେଖା ସାମାନ୍ୟ ବିଳମ୍ୱ ହୋଇପାରେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..