Report Card Odisha

| Daily Odia News

ପୋପ୍ ଫ୍ରାନ୍ସିସଙ୍କୁ ଭେଟିଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭାଟିକାନସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ରୋମରେ ରହଣୀ ସମୟରେ ଆଜି ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିବା ସୂଚନା ମିଳିଛି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯେକି ପୋପ୍ ଙ୍କୁ ଭେଟିଛନ୍ତି | ସୂଚନାଯୋଗ୍ୟ, ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମରେ ଅବସ୍ଥାନ କରିବେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର, ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଖାଦ୍ୟ ଓଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି.ଯାଦବ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ଆମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତ କରୁଥିବା ବେଳେ ସେଠାରେ ଓଡ଼ିଶା ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ସଫଳତା ସଂପର୍କରେ ଆଲୋକପାତ କରିବେ। ୨୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ସେ ଯୋଗ ଦେବେ। ୩୦ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ। ସେହିଦିନ ରାତିରେ ହିଁ ସେ ଭୁବନେଶ୍ବର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ରୋମ୍ ଏବଂ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Breaking News