ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ର ରାଜନୀତିରେ ଚାଲିଛି ହାଇ ଡ୍ରାମା | ଶିବସେନାର ଫାୟାର ବ୍ରାଣ୍ଡ ଲିଡର୍ ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିବା ପରେ ସ୍ଥାଣୁ ପାଲଟିଯାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହି ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅପରାହ୍ନରେ କହିଛନ୍ତି, ‘ମୁଁ ବାଲାସାହେବଙ୍କୁ ଦେଇଥିବା ମୋର ପ୍ରତିଶ୍ରୁତି ପାଳନ କରିଛି’। ସେ କହିଛନ୍ତି, ‘ସେନାର କିଛି ବିଧାୟକମାନେ ଗୌହାଟୀରୁ ସୁରଟ ଯାଇଛନ୍ତି। ଯଦି ମୋର ମୁଖ୍ୟମନ୍ତ୍ରୀ ହେବାରେ ସେମାନଙ୍କର ସମସ୍ୟା ଥାଏ, ତେବେ ମୁଁ ବର୍ତ୍ତମାନ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ। କୌଣସି ପଦବୀ ପାଇଁ ମୋର କୌଣସି ଲାଳସା ନାହିଁ। ମୋତେ ଶରଦ ପାୱାର ମୁଖ୍ୟମନ୍ତ୍ରୀ ହେବାକୁ କହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛି’। ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ଭାବରେ ମୋର ଦାୟିତ୍ୱ ପୂରଣ କରିଛି ଏବଂ ମୋର ଇସ୍ତଫା ଏବେ ପ୍ରସ୍ତୁତ ଅଛି। ଯଦି ସେମାନେ ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଚାହାଁନ୍ତି ନାହିଁ, ତେବେ ସେମାନେ ଆସି ମୋତେ ମୁହାଁମୁହିଁ କହିବା ଉଚିତ୍। ଟ୍ୱିଟର କିମ୍ବା ଫେସବୁକ୍ ମାଧ୍ୟମରେ ନୁହେଁ।’






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..