ରିପୋର୍ଟ କାର୍ଡ / ଆଠଗଡ଼
ଜଣେ ମହିଳାଙ୍କୁ ହୋଇଛି ଏସିଡ୍ ମାଡ଼ । କଟକ ଜିଲ୍ଲା ଆଠଗଡ଼ ବ୍ଳକର ନୂଆପାଟଣା ଗାଁରେ ଭୋର ସମୟରେ ମହିଳାଙ୍କୁ ଏସିଡ୍ ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗୁରୁତର ମହିଳାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଏସିଡ୍ ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଛି ଦୁର୍ବୃତ୍ତ । ଅନ୍ୟପଟେ ଏହି ଏସିଡ୍ ମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମହିଳାଙ୍କ ଶରୀରର ପ୍ରରାୟ ୫୦ ଭାଗ ଏସିଡ୍ ଯୋଗୁଁ ପୋଡ଼ି ଯାଇଥିବା ସୂଚନା ମିଳିଛି । ତିଗିରିଆ ଥାନା ପୋଲିସ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..