ରିପୋର୍ଟ କାର୍ଡ / ମୁମ୍ବାଇ
ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଭାବେ ପରିଚିତ ଲଳୀତ ମୋଦୀଙ୍କ ସହ ଅଭିନେତ୍ରୀ ସୁସ୍ମିତା ସେନ ଙ୍କ ସଂପର୍କରେ ଏବେ ଚର୍ଚ୍ଚାରେ। ଏହାର ସୂଚନା ଲଳିତ ମୋଦୀ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିକଟରେ ଲଳୀତ – ସୁସ୍ମିତା ଏକାଠି ଛୁଟି କାଟିଥିବାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଖୁବ୍ ନିକଟତର ଥିବା ବେଳେ କ୍ୟାପସନ୍ରେ ଲେଖିଛନ୍ତି- ଆମେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛୁ, ବିବାହ ଏପର୍ଯ୍ୟନ୍ତ କରିନୁ, କିନ୍ତୁ ହଁ ଖୁବ୍ ଶୀଘ୍ର ଏହା ମଧ୍ୟ ହୋଇପାରେ । ହେଲେ ବର୍ତ୍ତମାନ ଦୁହିଁଙ୍କର ସୋସିଆଲ୍ ମିଡିଆରେ ପୁରୁଣା ଟ୍ବିଟ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଖବରକୁ ନେଇ ଲଲିତ ମୋଦୀଙ୍କ ପୁଅର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଲଲିତ ମୋଦୀଙ୍କ ପୁଅ ରୁଚିର ମୋଦୀ ତାଙ୍କ ପିତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି ଯେ ଏହା ତାଙ୍କ ଜୀବନ ଏବଂ ସେ ନିଜେ ନିଷ୍ପତ୍ତି ନିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ପରିବାର ବିଷୟରେ କିଛି କହିବାକୁ ଉଚିତ୍ ମନେ କରେ ନାହିଁ। କିନ୍ତୁ ବ୍ୟବସାୟ କିମ୍ବା ଅନ୍ୟାନ୍ୟ ବିଷୟ ଉପରେ ମନ୍ତବ୍ୟ ଦେବାରେ ମୋର କୌଣସି ଅସୁବିଧା ନାହିଁ । ମୁଁ ସବୁବେଳେ ଏସବୁ ବିଷୟରେ କଥାବାର୍ତ୍ତା କରି ଖୁସି ହେବି । କିନ୍ତୁ ରୁଚିର ତାଙ୍କ ପିତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି କହିବାକୁ ଏଡ଼ାଉଥିବାର ଦେଖିବାକୁ ମିଳିଥିଲା। ଏପରିକି ଲଳିତ ମୋଦୀ ସୋସିଆଲ ମିଡିଆରେ କହିଛନ୍ତି ଯେ ସେ ସୁସ୍ମିତାଙ୍କୁ ଡେଟ କରୁଛନ୍ତି। ୨୦ ଘଣ୍ଟା ପରେ ସୁଷମିତା ସେନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା। ଲଲିତ ମୋଦୀଙ୍କ ସହ ସମ୍ପର୍କ ସାମ୍ନାକୁ ଆସିବା ପରେ ସୁସ୍ମିତା ସେନ୍ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ଝିଅଅ ରେନେ ଏବଂ ଆଲିଶାଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି। ସେ ଲେଖିଛନ୍ତି, ମୁଁ ବର୍ତ୍ତମାନ ମୋର ଖୁସି ସ୍ଥାନରେ ଅଛି। ମୁ ବାହା ହେଇନାହିଁ। କେବଳ ଯଥେଷ୍ଟ ପ୍ରେମ । ଏହି ଫଟୋ ଦେଖିବା ପରେ ଅଭିନେତ୍ରିଙ୍କ ପୂର୍ବତନ ପ୍ରେମିକ ରୋହମାନ ମଧ୍ୟ ଏହି ସମ୍ପର୍କ ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି। ସେମାନଙ୍କୁ ଖୁସି ରହିବାକୁ ଦିଅନ୍ତୁ ବୋଲି କହିଛନ୍ତି। ଏହି ପ୍ରେମ ସୁନ୍ଦର ଅଟେ ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..