Report Card Odisha

| Daily Odia News

ଭଡା ଘରେ ରହିବେ ରାହୁଲ ଗାନ୍ଧୀ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ମା ସୋନିଆ ଗାନ୍ଧିଙ୍କ ବାସଭବନରେ ରହୁଛନ୍ତି | ରାହୁଲ ଖୁବ ଶୀଘ୍ର ଏକ ନୂତନ ଘରକୁ ସିଫ୍ଟ ହେବା ନେଇ ଚର୍ଚ୍ଚା ହେଉଛି | ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୂତନ ଘର ଖୋଜାଯାଇଛି ଏବଂ ଶୀଘ୍ର ରାହୁଲ ଏହି ନୂତନ ଘରକୁ ସିଫ୍ଟ କରିପାରନ୍ତି | ତେବେ ଯେଉଁ ଘର ରାହୁଲ ଗାନ୍ଧୀଙ୍କ ପାଇଁ ଦେଖାଯାଇଛି, ସେଠାରେ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ରହୁଥିଲେ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାହୁଲ ଗାନ୍ଧୀ ଖୁବଶୀଘ୍ର ଶୀଲା ଦୀକ୍ଷିତଙ୍କ ନିଜାମୁଦ୍ଦିନ ଇଷ୍ଟରେ ଥିବା ଫ୍ଲାଟରେ ରହିପାରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ଏହି ଘରେ ରହୁଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ମାଉସୀ ଘରକୁ ଯିବାକୁ ଯାଉଛନ୍ତି। ସୂଚନାନୁସାରେ, ରାହୁଲ ଗାନ୍ଧୀ ଏହି ଘରକୁ ପସନ୍ଦ କରିଛନ୍ତି ଏବଂ ଏହାକୁ ଭଡାରେ ନେବାକୁ ରାଜି ହୋଇଛନ୍ତି।

 

Breaking News