Report Card Odisha

| Daily Odia News

ଭୁବନେଶ୍ବରେ ଆରମ୍ଭ ହେବ ଏୟାର କାର୍ଗୋ ସେବା….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ବର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହେବ। ସେଥିପାଇଁ ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍‌ସୋରରେ ଆଗେଇ ଚାଲିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ ହେବ। ଏହାପରେ ବ୍ୟୁରୋ ଅଫ୍‌ ସିଭିଲ୍ ଆଭିଏସନ୍‌ର ଅଧିକାରୀମାନେ ପରିଦର୍ଶନରେ ଆସି ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଏହି ସବୁ କାର୍ଯ୍ୟ ଅଗଷ୍ଟ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ। ସେପ୍ଟେମ୍ବର ବେଳକୁ ବିମାନ ଜରିଆରେ ମାଲ୍‌ ପରିବହନ ସୁବିଧା ରାଜ୍ୟରୁ ଆରମ୍ଭ ହେବ ବୋଲି ଏମ୍ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର କହିଛନ୍ତି। ଶୁକ୍ରବାର ୱାର୍ଲଡ୍‌ ଟ୍ରେଡ୍ ସେଣ୍ଟର୍‌ (ଡବ୍ଲୁଟିସି) ଭୁବନେଶ୍ବର ପକ୍ଷରୁ ଆୟୋଜିତ ବିଶ୍ବ ବାଣିଜ୍ୟ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏୟାର କାର୍ଗୋ ସେବାକୁ ସୁଗମ କରିବା ଲାଗି ଇଣ୍ଡିଗୋ କାର୍ଗୋ ସହ ଆଲୋଚନା ହୋଇଛି। ଆଗାମୀ ଦିନରେ କଂପାନିର ଅଧିକାରୀ ଓ ରାଜ୍ୟର ରପ୍ତାନିକାରୀମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ସେହିପରି, ପାରାଦୀପ ବନ୍ଦରରୁ କଣ୍ଟେନର ଜରିଆରେ ପରିବହନ ବ୍ୟବସ୍ଥା ଦୁର୍ବଳ ଥିବାରୁ ସେଠାରେ କଣ୍ଟେନର କାର୍ଗୋ ସେବା ଆରମ୍ଭ କରିବା ଯୋଜନା ରହିଛି। ‌ଆସନ୍ତା ଅଗଷ୍ଟ ୪ରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

Breaking News