ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେକ୍ସ କର୍ମୀଙ୍କ ମାମଲାରେ UIDAI ଜବରଦସ୍ତ ଉଦାରତା ଦେଖାଇଛି । ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (NACO) ଦ୍ୱାରା ଦିଆଯାଉଥିବା ସାର୍ଟିଫିକେଟ୍ ଆଧାରରେ ସେକ୍ସ କର୍ମୀଙ୍କୁ ଆଧାର କାର୍ଡ ପ୍ରଦାନ କରାଯିବ । ଏନେଇ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ସୁପ୍ରିମକୋର୍ଟଙ୍କୁ ସୂଚିତ କରିଛି | ଏଥିରେ ଆଧାର କାର୍ଡ ପ୍ରଦାନ ପାଇଁ ସେମାନଙ୍କଠାରୁ ଅନ୍ୟ କୌଣସି ସାର୍ଟିଫିକେଟ୍ ମଗାଯିବ ନାହିଁ । ଅର୍ଥାତ୍ ଏବେ ବିନା ଠିକଣା ପ୍ରମାଣପତ୍ରରେ ସେକ୍ସ କର୍ମୀଙ୍କୁ ଆଧାର କାର୍ଡ ଦିଆଯିବ । ତେବେ UIDAI ହେଉଛି ଏକ ଆଇନଗତ ପ୍ରାଧିକରଣ, ଯାହା ଆବେଦନକାରୀଙ୍କ ନାମ, ଲିଙ୍ଗ, ବୟସ ଏବଂ ଠିକଣା ସହିତ ଇଚ୍ଛାଧୀନ ତଥ୍ୟ ଯେପରିକି ଇମେଲ କିମ୍ବା ମୋବାଇଲ୍ ନମ୍ବର ଦାଖଲ କରିବା ପରେ ଆଧାର କାର୍ଡ ଜାରି କରିଥାଏ । କିନ୍ତୁ ସେକ୍ସୱାର୍କର୍ସଙ୍କ ପାଇଁ ଆଧାର ଜାରି କରୁଥିବା ସଂସ୍ଥା ବା UIDAI ବଡ଼ ଘୋଷଣା କରିଛି । ସେକ୍ସ କର୍ମୀଙ୍କ ମାମଲାରେ UIDAI ଜବରଦସ୍ତ ଉଦାରତା ଦେଖାଇଛି । ଆଧାର କାର୍ଡ ଜାରି କରିବା ପାଇଁ ସେକ୍ସ କର୍ମୀଙ୍କଠାରୁ ଆବାସିକ ପ୍ରମାଣ ନ ମାଗିବାକୁ UIDAI ନିଷ୍ପତ୍ତି ନେଇଛି ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….