ରିପୋର୍ଟ କାର୍ଡ / କୋଲକାତା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | କହିଛନ୍ତି କି ଟିଏମସି ନେତା ତଥା ନିଜ ଭଣଜା ଅଭିଶେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଶାହଙ୍କ ହାତ ରହିଛି। ସୂଚନାନୁସାରେ, ତ୍ରିପୁରାରେ ଟିଏମସି ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରିଛି । ତ୍ରିପୁରାରେ ଏବେ ବିଜେପି ସରକାର ଅଛି । ଦିଦି ବିଜେପି ହାତରୁ ଶାସନ ଡୋରି ଛଡାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଟିଏମସି ନେତା ଘନଘନ ତ୍ରିପୁରା ଗସ୍ତ କରୁଛନ୍ତି । ଏହାମଧ୍ୟରେ ଟିଏମସି ନେତା ଅଭିଷେକ ତ୍ରିପୁରା ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଆକ୍ରମଣ କରାଯାଇତିବା ଅଭିଯୋଗ ହୋଇଥିଲା । ଅଭିଷେକ ଏବେ କୋଲକାତାରେ ଚିକିତ୍ସିତ ହେଉଛନ୍ତି । ମମତା କହିଛନ୍ତି ଯେ, ତ୍ରିପୁରାରେ ଅଭିଷେକ ଓ କିଛି ଛାତ୍ର ନେତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିପାଇଁ ଅମିତ ଶାହ ଦାୟୀ । ଏହି ସବୁକୁ ସେ ଖାତିର କରୁନାହାଁନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିନା ଏହି ଆକ୍ରମଣ ସମ୍ଭବପର ନୁହେଁ । ତେଣୁ ପୋଲିସ ଚୁପ ରହୁଛି । କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଦିଦି ଆହୁରି କହିଛନ୍ତି ଯେ, ଅଗରତାଲାର ଧର୍ମନଗରରେ ଗୁଳିଚାଳନା ସହ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି । ଅଭିଷେକଙ୍କୁ କିଛି ବ୍ୟକ୍ତି କଳାପତାକା ମଧ୍ୟ ଦେଖାଇଥିଲେ । ବିଜେପି କାର୍ଯ୍ୟକର୍ତ୍ତା ଏପରି କରିଛନ୍ତି ବୋଲି ସେ କହିଛନ୍ତି ।
Discussion about this post