ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ଆତଙ୍କୀଙ୍କ ବର୍ବରତାର ସୀମା ଟପି ଯାଉଛି | ପୋଷାକ ପାଇଁ ଜୀବନ ଜୀବନକୁ ବାଜି ଲଗାଇବାକୁ ପଡୁଛି | ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ଆତଙ୍କବାଦୀ । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ବଢିବଢି ଯାଉଛି । ତାଲିବାନୀ ଆତଙ୍କବାନୀ ଜଣେ ଯୁବତୀଙ୍କୁ ଟାଇଟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ସହ କେହି ପୁରୁଷ ବନ୍ଧୁ ନଥିବାରୁ ଯୁବତୀଙ୍କୁ ହତ୍ୟା କରିଛନ୍ତି । ଉତ୍ତରୀ ବଲ୍ଖ ଅଞ୍ଚଳର ସମର କାନ୍ଦିୟାନର ଏକ ଗାଁରେ ଏପରି ବର୍ବର ତଥା ହୃଦୟହୀନ ଘଟଣା ଘଟିଛି । ସେଠାରେ ଚାଲେ ତାଲିବାନୀ ଶାସନ । ପୂରା ଗାଁକୁ କବଜା କରି ନେଇଛନ୍ତି ତାଲିବାନୀ ଆତଙ୍କବାଦୀ । ଟାଇଟ୍ ପୋଷାକ ପିନ୍ଧିଥିବାରୁ ୨୧ବର୍ଷୀୟ ଯୁବତୀ ନାଜିନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାନୀ । ଯୁବତୀ ଜଣକ ନିଜ ଘରୁ ବଲ୍ଖର ରାଜଧାନୀ ମଜାର-ଏ-ସରିଫକୁ ଯାଉଥିଲେ । ସେ ଘରୁ ବାହାରି ନିଜ ଗାଡ଼ିରେ ବସିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ସୂଚନା ଅନୁସାରେ ଝିଅଟି ବୁର୍ଖା ପିନ୍ଧିଥିଲା । ତେବେ ତାଲିବାନ ଆତଙ୍କବାଦୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି | ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।
Discussion about this post