Report Card Odisha

| Daily Odia News

ଆଜି ମକର ସଂକ୍ରାନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଜଗନ୍ନାଥ ସଂସ୍କୁତି ଏବଂ ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ଏହି ଦିନ ଗ୍ରହମାନଙ୍କ ରାଜା ସୂର୍ଯଦେବ ଉତ୍ତରାଣୟ ହୋଇ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହାପରେ ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତିକୁ ବହୁତ ଶୁଭ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ମହାପ୍ରଭୁ ଜଗନ୍ନାଥ ମକର ବେଶ ହୋଇଥାନ୍ତି | ସମଗ୍ର ବିଶ୍ଵବ୍ୟାପୀ ବିଭିନ୍ନ ନାମ ଅନୁସାରେ ଏହି ପର୍ବପାଳନ କରାଯାଇଥାଏ | ଓଡ଼ିଶାରେ ମକର ସଂକ୍ରାନ୍ତି, ଦକ୍ଷିଣ ଭାରତୀ ମାନେ ପୋଙ୍ଗଲ ନାମରେ ପାଳନ କରନ୍ତି | ଏହା ହେଉଛି ଦକ୍ଷିଣ ଭାରତୀ ଙ୍କର ନୂଆ ବର୍ଷ | କେରଳ -ମକର ସଂକ୍ରାନ୍ତି, ଆସାମର-ମାଘ ବିହୁ, ହିମାଚଳ ପ୍ରଦେଶର- ମଘୀ ସାଜି, ଜମ୍ମୁରେ -ଉତ୍ତରାଇନ ବା ଉତ୍ତରାୟଣ,ହରିୟାଣା -ଶକ୍ରାଟ, ରାଜସ୍ଥାନ-ଶକ୍ରାତ,ଗୁଜରାଟ ଏବଂ ଉତ୍ତର ପ୍ରଦେଶ ରେ ଉତ୍ତରାୟଣ ,ବିହାରରେ ଦହି ଚୁର ନାମରେ ଏହି ପର୍ବକୁ ପାଳନ କରାଯାଇଥାଏ | ଏହି ଦିନ ମକର ଚାଉଳ ପ୍ରସ୍ତୁତ କରାଯାଏ କେହି କେହି ଖିଚୁଡ଼ି କରିଥାନ୍ତି | ମକର ସଂକ୍ରାନ୍ତିରେ ଗୁଡ଼ି ଉଡେଇବାର ପରମ୍ପରା ମଧ୍ୟ ରହିଛି | ବିଭିନ୍ନ ଦେବଦେବୀଙ୍କ ପୀଠରେ ପରମ୍ପରା ଅନୁସାରେ ପୂଜାର୍ଚନା କରାଯାଇଥାଏ |

Breaking News