ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନାଇଜେରିଆର ଓଣ୍ଡୋ ରାଜ୍ୟର ପେଣ୍ଟିକୋଷ୍ଟରେ ଥିବା ସେଣ୍ଟ ଫ୍ରାନ୍ସିସ କ୍ୟାଥୋଲିକ ଚର୍ଚ୍ଚରେ ଆତତାୟୀମାନେ ଅଚାନକ ପଶି ଗୁଳି ମାଡ଼ କରିଛନ୍ତି । ସେଠାରେ ଲୋକମାନେ ଏକତ୍ର ଥିବାବେଳେ ସେମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇବା ସହ ବିସ୍ଫୋରଣ କରିବାରୁ ୫୦ରୁ ଅଧିକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ସେଠାକାର ବିଧାୟକ ଓଗୁନମୋଲାସୁଇ ଓଲୁୱୋଲ କହିଛନ୍ତି। ଏଥି ସହିତ ଚର୍ଚ୍ଚର ମୁଖ୍ୟ ଉପାସକଙ୍କୁ ଅପହରଣ କରାଯାଇଛି। ତେବେ ଏଯାଏଁ ଆକ୍ରମଣ ପଛରେ କାହାର ହାତ ରହିଛି ସେ ସଂକ୍ରାନ୍ତରେ କୌଣସି ଅନୁଷ୍ଠାନ ନିଜକୁ ଦାୟୀ କରିନାହିଁ। ଓଣ୍ଡୋ ଗଭର୍ଣ୍ଣର ରୋଟିମି ଆକେରେଡୋଲୁ ଟୁଇଟ୍ କରି କହିଛନ୍ତି ଯେ, ଏହି ରାଜ୍ୟ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ। ତେବେ କିଏ, କାହିଁକି ଏଭଳି କଲା ତାହାର ତଦନ୍ତ ଜାରି ରହିଛି। ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଘଟଣାକୁ ନିନ୍ଦା କରି କହିଛନ୍ତି ଯେ, ନିମ୍ନସ୍ତରର ଲୋକମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରପାରନ୍ତି। “ଯାହା ହେଉନା କାହିଁକି, ଏହି ଦେଶ ମନ୍ଦ ଏବଂ ଦୁଷ୍ଟ ଲୋକଙ୍କୁ କଦାପି ସମର୍ଥନ କରିବ ନାହିଁ ଏବଂ ଅନ୍ଧକାର କଦାପି ଆଲୋକକୁ ଦୂର କରିପାରିବ ନାହିଁ। ଶେଷରେ ନାଇଜେରିଆ ଜିତିବ ବୋଲି ନାଇଜେରିଆର ଦୀର୍ଘ ଦିନର ସୁରକ୍ଷା ସଙ୍କଟକୁ ସମାପ୍ତ କରିବାକୁ ଶପଥ ନେବା ପରେ ନିର୍ବାଚିତ ହୋଇଥିବା ବୁହାରୀ କହିଛନ୍ତି। ନାଇଜେରିଆର ଅଧିକାଂଶ ଅଂଶ ସୁରକ୍ଷା ପ୍ରସଙ୍ଗକୁ ନେଇ ସଂଘର୍ଷ କରୁଥିବା ଜଣାପଡିଛି।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..