ରିପୋର୍ଟ କାର୍ଡ / ଯାଜପୁର
୧୬ନମ୍ବର ଜାତୀୟ ରାଜପଥର ବଡ଼ଚଣା ନିକଟରେ ଓଲଟି ପଡିଛି ଅଣ୍ଡା ବୋଝେଇ ଟ୍ରକ୍ । ଟ୍ରକ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ହାଇଦ୍ରାବାଦରୁ ଅଣ୍ଡା ବୋଝେଇ ଟ୍ରକଟି କଲିକତା ଅଭିମୁଖେ ଯାଉଥିବା ବେଳେ ଯାଜପୁର ବଡ଼ଚଣା ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟିଛି । ଦୁର୍ଘଟଣା ଘଟିବା ପରେ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥାକୁ ଖବର ଦିଆଯାଇଛି । କେତେ ପରିମାଣର ଅଣ୍ଡା ନଷ୍ଟ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ | ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚି ଘଟଣାର ତଦନ୍ତ ଚଳାଇଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..