ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ଛାଡ଼ିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ଗୌତମୀ ତାଡ଼ିମଲ୍ଲା। ଦଳ ସହ ୨୫ ବର୍ଷ କଟେଇବା ପରେ ଶେଷରେ ଇସ୍ତଫା ଦେଇଛନ୍ତି ଗୌତମୀ। ଦଳୀୟ ନେତୃତ୍ୱଙ୍କର ତାଙ୍କ ପ୍ରତି ସମର୍ଥନର ଅଭାବ ଏବଂ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ଜଣେ ବ୍ୟକ୍ତିଙ୍କୁ ଦଳର କିଛି ନେତା ସହାଯ୍ୟ କରୁଥିବା ଦର୍ଶାଇ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସ(ପୂର୍ବର ଚ୍ୱିଟର)ରେ ଏକ ପୋଷ୍ଟ ଶେଆର୍ କରି କହିଛନ୍ତି, ‘ଆଜି ମୁଁ ମୋ ଜୀବନର ଏକ ଅବାଞ୍ଛିତ ସଙ୍କଟ ସ୍ଥିତିରେ ଠିଆ ହୋଇଛି। ଏଥିରେ ଦଳ କିମ୍ବା ଦଳର ନେତାଙ୍କର ମୋ ପ୍ରତି କୌଣସି ସମର୍ଥନ ନାହିଁ। ଏହା ବ୍ୟତୀତ ସେମାନଙ୍କ ମଧ୍ୟରୁ ଅନେକ ନେତା ମୋ ସହ ବିଶ୍ୱାସଘାତକତା ଏବଂ ପ୍ରତାରଣା କରିଥିବା ବ୍ୟକ୍ତିକୁ ମଧ୍ୟ ସାହାଯ୍ୟ କରୁଛନ୍ତି।’






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..