Report Card Odisha

| Daily Odia News

ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି​‌ଲେ ତାମିଲ ଅଭିନେତ୍ରୀ…

ରିପୋର୍ଟ କାର୍ଡ / ଚେନ୍ନାଇ

ତାମିଲନାଡୁର ଏଆଇଏଡିଏମକେ ନେତା ତଥା ପୂର୍ବତନ ମନ୍ତ୍ରୀ ମଣିକନ୍ଦନଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଜଣେ ଲୋକପ୍ରିୟ ତାମିଲ ଅଭିନେତ୍ରୀ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କ ପାଖରୁ ଅଭିଯୋଗ ମିଳିବା ପରେ ପୋଲିସ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଠକେଇ, ବ୍ଲାକମେଲିଂ ଏବଂ ଦୁଷ୍କର୍ମ କରିଥିବା ନେଇ ମଣିକନ୍ଦନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ଗତ ୫ ବର୍ଷ ହେଲା ମଣିକନ୍ଦନ ଦୁଷ୍କର୍ମ କରିଆସୁଥିଲେ ବୋଲି ମଧ୍ୟ କହିଛନ୍ତି ଅଭିଯୋଗକାରିଣୀ। ୩୬ ବର୍ଷୀୟା ଅଭିନେତ୍ରୀ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ୨୦୧୭ରୁ ଅଭିନେତ୍ରୀ ଏବଂ ମଣିକନ୍ଦନଙ୍କ ମଧ୍ୟରେ ସମ୍ପର୍କ ରହିଆସିଥିଲା। ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ମଣିକନ୍ଦନ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ଅଭିନେତ୍ରୀ ଜିଦ ଧରିବାରୁ ମଣିକନ୍ଦନ ବିବାହ କରିବାକୁ ମନା କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ପୀଡ଼ିତା ଗର୍ଭବତୀ ହୋଇଯିବା ପରେ ମଣିକନ୍ଦନ ଜବରଦସ୍ତି ତାଙ୍କର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଏନେଇ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ମଣିକନ୍ଦନ । ତେବେ ଅଭିନେତ୍ରୀଙ୍କ ଅଭିଯୋଗ ପରେ ଡକ୍ଟର ମଣିକନ୍ଦନଙ୍କ ପକ୍ଷରୁ କୌଣସି ପ୍ରକିକ୍ରିୟା ମିଳିପାରିନାହିଁ। ପୂର୍ବତନ ମନ୍ତ୍ରୀ ମଣିକନ୍ଦନଙ୍କ ଉପରେ ଅଭିଯୋଗ ଆଣିଥିବା ଅଭିନେତ୍ରୀ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ମାଲେସିଆର ନାଗରିକ। ମାଲେସିଆ ଟୁରିଜିମ୍‌ ପାଇଁ କାର୍ଯ୍ୟ କରୁଥିବା ବେଳେ ମଣିକନ୍ଦନଙ୍କ ସହ ସାକ୍ଷାତ ହୋଇଥିଲା ବୋଲି ଅଭିନେତ୍ରୀ କହିଛନ୍ତି। ଅଭିଯୋଗ କରିବା ସହ ମଣିକନ୍ଦନଙ୍କ ସହ କିଛି ଫଟୋକୁ ପ୍ରମାଣ ସୂରୂପ ପୋଲିସକୁ ଦେଇଛନ୍ତି ଅଭିନେତ୍ରୀ। ଅଭିନେତ୍ରୀଙ୍କୁ ମଣିକନ୍ଦନ ରହିବା ପାଇଁ ଚେନ୍ନାଇରେ ଏକ ଘର ଦେଇଥିଲେ ବୋଲି ମଧ୍ୟ ପୀଡ଼ିତା କହିଛନ୍ତି।

Breaking News