ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକସେବା ଭବନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପ୍ରକାଶ କୁମାର ସାହୁ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲାବେଳେ ଏବେ ତାଙ୍କ ପତ୍ତା ମିଳିଛି। ପ୍ରକାଶ ତିରୁପତିରେ ଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ପରିବାର ଲୋକଙ୍କୁ ନ ଜଣାଇ ତିରୁପତି ପଳାଇଥିଲେ। ତାଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ସନ୍ଦେହରେ ପରିବାର ପକ୍ଷରୁ ଭରତପୁର ଥାନାରେ ସେ ନିଖୋଜ ହୋଇଯାଇଥିବା ନେଇ ଏତଲା ଦିଆଯାଇଥିଲା। ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପ୍ରକାଶଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ସୂଚନାଯୋଗ୍ୟ, ପ୍ରକାଶ ଶୁକ୍ରବାର ଡ୍ୟୁଟିକୁ ଯାଇଥିଲେ। ଲୋକସେବା ଭବନରେ ଡ୍ୟୁଟି ସାରିବା ପରେ ସେ ଆଉ ଘରକୁ ଫେରି ନ ଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରକାଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ଖୋଜଖବର ନ ପାଇବାରୁ ଥାନାରେ ଏତଲା ଦେଇଥିଲେ।
Related Posts






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….