ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଅହମ୍ମଦ ମାସୁଦ ଏବଂ ପୂର୍ବ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବେ ପଡୋଶୀ ଦେଶ ତଥା ତାଜାକିସ୍ତାନରେ ଅଛନ୍ତି । ତେବେ ଆମେରିକା ସରକାର ଏବଂ ସିଆଇଏ ସେମାନଙ୍କ ସମର୍ଥନ କରୁନାହିଁନ୍ତି । ଗଣମାଧ୍ୟମ ରିପୋର୍ଟରେ ଏହା ଦର୍ଶାଯାଇଛି । ଦ ଇଣ୍ଟରସ୍ପେଟ୍ ରିପୋର୍ଟ ମୁତାବକ ଉତ୍ତରୀ ଗଠବନ୍ଧନର ନେତା ଦିବଗଂତ ଅହମ୍ମଦ ସାହ ମାସୁଦର ପୁଅ ଅହମ୍ମଦ ମାସୁଦ ପଞ୍ଜଶୀର ଉପରେ ତାଲିବାନର କବଜା ପୂର୍ବରୁ ୬ ସେପ୍ଟେମ୍ୱର ବିମାନ ଜରିଆରେ କାଜକିସ୍ତାନ ଆସିଥିଲେ । ଏହାସହ ଏହାରି କିଛିଦିନ ପରେ ଅମରୁଲ୍ଲାସାଲେହ ମଧ୍ୟ ହେଲିରକପ୍ଟରରେ ଆଫଗାନିସ୍ତାନରୁ ବାହାରି ଯାଇଛନ୍ତି । ଏଇ କିଛି ଦିନ ମଧ୍ୟରେ ନେତାମାନେ ଦେଶ ବାହାରେ ଚାଲି ଯାଇଥିବା ଆଲୋଚନା ହେଉଛି । ତେବେ ଏବେ ବି କିଛି ବିରୋଧୀ କହୁଛନ୍ତି ସେ ସେମାନେ ଆଫଗାନିସ୍ତାନରେ ଅଛନ୍ତି ଏବଂ ତାଲିବାନଙ୍କ ବିରୋଧରେ ଜାରି ରଖିଛନ୍ତି ସଂଘର୍ଷ । ଅନେକ ଦଶକ ମଧ୍ୟରେ ଏହା ପ୍ରଥମ ଘଟଣା ଯେ, ଏବେ ଆମେରିକା ସରକାର ଏବଂ ସିଆଇଏ ଏମାନଙ୍କୁ ସମର୍ଥନ ଦେଉନି ।ଏହି ଦୁଇ ନେତାଙ୍କୁ ହତିଆର ଏବଂ ଅନ୍ୟ ସହାୟତା ପଶ୍ଚିମ ଦେଶରୁ ମିଳୁଛି । କିନ୍ତୁ ବାଇଡେନ୍ ପ୍ରଶାସନ ଏମାନଙ୍କୁ କୌଣସି ପ୍ରକାର ସହାୟତା ଦେଉଥିବା ନଜର ଆସୁଛି । ତଥା ଭବିଷ୍ୟତରେ କୌଣସି ପ୍ରକାର ସମର୍ଥନ ଦେବାର ବି ନଜର ଆସୁନି । ମାସୁଦ ବର୍ତ୍ତମାନ ତାଜିକ ରାଜଧାନୀ ଦୁଶାଂବେରେ ଗୋଟିଏ ସୁରକ୍ଷିତ ଘର ଅଛନ୍ତି । ମାସୁଦର ପ୍ରବକ୍ତା ଅଲ୍ଲୀ ମୈସମ ତାଜାରୀ ସୋମବାର ଗଣମାଧ୍ୟମ କହିଛନ୍ତି ମାସୁଦ ଆଫାଗାନିସ୍ତାନରେ ଅଜ୍ଞାତ ସ୍ଥାନରେ ଅଛନ୍ତି । ନ୍ୟୁୟର୍କ ଟାଇମ୍ସ ଗତ ସପ୍ତାହରେ ରିପୋର୍ଟ ପ୍ରକାଶିତ କରିଥିଲା, ଦୀର୍ଘଦିନ ଚାଲିଥିବା ଯୁଦ୍ଧ ଧରି ସରିଗଲାଣି । ଆଉ ଯାହା ବିରୋଧର ସ୍ୱାର ଉଠୁଛି ତାହା ପାହାଡ ସେପଟରୁ ଆସୁଥିବା ଜଣାପଡିଛି ।
Discussion about this post