ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ହେବ । ଅନ୍ୟପଟେ କ୍ୱାର୍ଡ ସମ୍ମିଳନୀ ମଧ୍ୟ ଆଜି ବସିବ । ଚୀନର ବିସ୍ତାରବାଦୀ ନୀତି ଓ ସୀମାପାର ଆତଙ୍କବାଦ ନେଇ ଆଲୋଚନା ହୋଇପାରେ। ଅନ୍ୟପଟେ ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଦ୍ୱିପାକ୍ଷିକ ବାଣିଜ୍ୟ ନେଇ ମଧ୍ୟ ହୋଇପାରେ ଆଲୋଚନା। ପ୍ରତିରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ରହିବ ଗୁରୁତ୍ୱ। ସୁରକ୍ଷା ସହଯୋଗ ଓ ଆଫଗାନ ସ୍ଥିତି କଥା ମଧ୍ୟ ପଡ଼ିବ। ଅନ୍ୟପଟେ କୋଭିଡ-୧୯ ଭ୍ୟାକସିନ ବାବାଦରେ ମଧ୍ୟ ଦୁଇନେତା କଥା ହୋଇପାରନ୍ତି । ଆମ ପଡୋଶୀ ରାଷ୍ଟ୍ର ପାକିସ୍ତାନ କାର୍ଯ୍ୟକଳାପ ନେଇ ମଧ୍ୟ ପ୍ରସଙ୍ଗ ଉଠିବ। ଆଫଗାନୀସ୍ତାନରେ ମଧ୍ୟ ପାକିସ୍ତାନ ମୁଣ୍ଡଖେଳଉଛି । ଏହା ବିଶ୍ୱ ପାଇଁ ବିପଦ ଜନକ ହୋଇଥିବା ବେଳେ ଭାରତ ପାଇଁ ମଧ୍ୟ ବିପଦ। ଆମେରିକା ପାକିସ୍ତାନ ଉପରେ କୌଣସି ଚାପ ପକାଇବା ଦରକାର। ବିଶ୍ୱ ଶାନ୍ତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବାଇଡେନଙ୍କ ସହ ମୋଦି ବୈଠକ ସମୟରେ ଏସବୁ କଥା ଉଠିପାରେ ବୋଲି ଜଣାପଡ଼ିଛି।
Discussion about this post