Report Card Odisha

| Daily Odia News

କରୋନା ଭୂତାଣୁ ପ୍ରକୋପ,ଆମ୍ବୁଲାନ୍ସରେ ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ବିଭିନ୍ନ ରାଜ୍ୟରେ ମହାମାରୀ କରୋନା ଭୂତାଣୁ ପ୍ରକୋପ ବଢ଼ିବାରେ ଲାଗିଛି। କେଉଁଠି ରୋଗୀଙ୍କ ଚିକିତ୍ସାପାଇଁ ମେଡିକାଲ ନଥିବା ବେଳେ, ଆଉ କେଉଁଠି ଶବ ଦାହପାଇଁ ଜାଗାନାହିଁ | ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି ଶବଦାହ ପାଇଁ | ଗୁଜରାଟରେ ହସ୍ପିଟାଲରେ ଶଯ୍ୟା ପାଇଁ ରୋଗୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଏଠାରେ ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବା ଲାଗି ବହୁ ସମୟ ଅପେକ୍ଷା କରିବାକୁ ପଡୁଛି | ଗୁଜରାଟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାବେଳେ ହସ୍ପିଟାଲଗୁଡ଼ିକ ଜାମ୍‌ ହୋଇଗଲାଣି। ଅହମଦାବାଦର ସବୁଠୁ ବଡ଼ କୋଭିଡ ହସ୍ପିଟାଲରେ ୧୨୦୦ ବେଡ୍‌ ପୂର୍ଣ୍ଣ ହୋଇଯାଇଛି। ହସ୍ପିଟାଲ କ୍ୟାମ୍ପସରେ ଆମ୍ବୁଲାନ୍ସ ଧାଡ଼ିରେ ଅଟକି ରହିଥିବା ଦେଖିବାକୁ ମିଳିଛି। ରୋଗୀଙ୍କୁ ବେଡ୍‌ ମିଳୁ ନ ଥିବାରୁ ଆମ୍ବୁଲାନ୍ସରେ ସେମାନଙ୍କ ଚିକିତ୍ସା କରାଯାଉଥିବାବେଳେ ବେଡ୍‌ ଖାଲି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ସୂଚନାଯୋଗ୍ୟ, ଗୁଜରାଟରେ ଗତ ୨୪ଘଣ୍ଟାରେ ୬୦୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ୫୫ ଜଣଙ୍କର ମୃତ୍ୟୁ ଘଟିଛି। ଅହମଦାବାଦ ବ୍ୟତୀତ ସୁରତ, ରାଜକୋଟ ଭଳି ସହରରେ ବି ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି।

Breaking News