Report Card Odisha

| Daily Odia News

ଆଜି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ, ରାଜଧାନୀରରେ ଆହୁରି ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି:ବାଚସ୍ପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଆଜିର ଦିନ ଏପ୍ରିଲ ୧୩ ତାରିଖ ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ୧୯୪୬ରେ ଜମାର୍ନୀର ସ୍ଥପତି ଅଟୋ କଏନ୍ସବର୍ଗର ଏଥିପାଇଁ ନକ୍ସା ପ୍ରସ୍ତୁତ କରିଥିଲେ । ୧୯୪୮ ଏପ୍ରିଲ ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ନୂଆ ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନା କରିଥିଲେ । ୪୨୨ ବର୍ଗ କି.ମି. ପରିମିତ ଏହି ସହରରେ ବିଧାନସଭା, ସଚିବାଳୟଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି । ପୂର୍ବରୁ କଟକ ସହରକୁ ରାଜଧାନୀ ଭାବେ ବିବେଚିତ କରାଯାଉଥିଲେ ମଧ୍ୟ ସ୍ବାଧୀନତାର ଦୁଇବର୍ଷ ପରେ ଭୁବନେଶ୍ୱରକୁ ବିଧିବଦ୍ଧ ଭାବେ ରାଜଧାନୀ ମାନ୍ୟତା ମିଳିଥିଲା । ସୋମବାର ସହରବାସୀ ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଥିଲେ ମଧ୍ୟ କରୋନା ପାଇଁ ଟିକିଏ ଫିକା ପଡିଛି। ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ୩ଦିନ ବଦଳରେ ଗୋଟିଏ ଦିନରେ ସୀମିତ ରହିବ। ସେହିପରି ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ବେସାମରିକ ପାରେଡ଼ ହେବନାହିଁ। ସନ୍ଧ୍ୟାରେ ସୂଚନା ଭବନଠାରେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ଆଲୋଚନା ସଭା ଓ ଜନ୍ମଦିନ କେକ୍‌ ମଧ୍ୟ କଟାଯିବ| ଏଥିପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ରାଜଧାନୀ ପ୍ରତିଷ୍ଠା ସ୍ଥଳକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ଏପଟେ ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ ମାଲ୍ୟାର୍ପଣ କରିଛନ୍ତି। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ବେଳେ ସହରର ମାତ୍ର ୧୪ ହଜାର ଲୋକଙ୍କ ରହଣି ପାଇଁ ଭୁବନେଶ୍ବରର ତିଆରି କରାଯାଇଥିଲା। ଏବେ ରାଜଧାନୀରେ ଲୋକ ସଂଖ୍ୟା ଏକ କୋଟିରୁ ଉର୍ଦ୍ଧ୍ବ ହେଲେଣି । ଭୁବନେଶ୍ୱର ଏବେ କଟକ ପର୍ଯ୍ୟନ୍ତ, ଖୋର୍ଦ୍ଧା ଓ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି। ତେଣୁ ରାଜଧାନୀର ଆହୁରି ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

Breaking News