ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏପ୍ରିଲ ପହିଲାରୁ ମାର୍କେଟକୁ ଆସିବାକୁ ଥିବା ସମସ୍ତ କାର୍ ମଡେଲରେ ଆଗରେ ବସୁଥିବା ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ପୁରୁଣା କାର ଅତିରିକ୍ତ ଭାବେ ଆଗ ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ୍ ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଲଗାଇବେ । ସୁରକ୍ଷା ଦୃଷ୍ଟିରୁ କାରର ଆଗରେ ବସୁଥିବା ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ଏନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି । ସୁରକ୍ଷା ବ୍ୟବସ୍ଥା ସହ ସୁପ୍ରିମକୋର୍ଟଙ୍କ ରୋଡ୍ ସେଫ୍ଟି କମିଟି ପରାମର୍ଶ ଆଧାରରେ ଏହାକୁ ବାଧ୍ୟତାମୂଳକ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ନିକଟରେ ଏନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ସୂଚନା ଦେଇଥିଲେ । ୨୦୧୯ ଜୁଲାଇ ୧ରୁ ଡ୍ରାଇଭରଙ୍କ ଲାଗି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଥିଲା । ତେବେ, ଡ୍ରାଇଭର ଲାଗି ଗୋଟିଏ ଏୟାର ବ୍ୟାଗ୍ ଥିବାରୁ ଦୁର୍ଘଟଣା ଘଟିଲେ ପାର୍ଶ୍ୱରେ ବସିଥିବା ସହଯାତ୍ରୀ ମୃତାହତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଆଗ ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରିଛି ।






More Stories
ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖ……
ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ…..
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ଜରିମାନା…..