Report Card Odisha

| Daily Odia News

ପ୍ରବାସୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ସରକାରଙ୍କ ସ୍ଵତନ୍ତ୍ର ପଦକ୍ଷେପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ଦ୍ଵିତୀୟ ଲହର ହୁହୁ ହୋଇ ବଢିଚାଲିଛି । ପ୍ରଥମ ଲହରୀ ସଂକ୍ରମଣ ବେଳେ ଅଣ୍ଟା ସଳଖି ପୁଣି ଥରେ କାମକୁ ଫେରିଥିବା ପ୍ରବାସୀ ଏବେ ଚିନ୍ତାରେ। ପୁଣି ଥରେ ଲକଡାଉନ୍ ଲାଗିପାରେ ବୋଲି ଆଶଙ୍କା କରି ନିଜନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ। ତେବେ ଏହାଦ୍ଵାରା ଆହୁରି ଅଧିକ ସଂକ୍ରମଣ ବଢିବାର ସମ୍ଭାବନା ରହିଛି। ଏହି ମଧ୍ୟରେ ଦିଲ୍ଲୀ ସରକାର ପ୍ରବାସୀଙ୍କୁ ଅଟକାଇବାକୁ ସ୍ଵତନ୍ତ୍ର ଯୋଜନା କରିଛନ୍ତି। ଲକଡାଉନ ବେଳେ ପ୍ରବାସୀଙ୍କ ରହିବା, ଖାଦ୍ୟପେୟ ଖର୍ଚ୍ଚ ଉଠାଇବାକୁ ସରକାର ଆବଶ୍ୟକ ପଦକ୍ଷେପ ଉଠାଇଛନ୍ତି। ଲକଡାଉନ ବେଳେ ଶ୍ରମିକଙ୍କୁ ୫-୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ଉଚ୍ଚନ୍ୟାୟାଳୟରେ କହିଛନ୍ତି ଦିଲ୍ଲୀ ସରକାର। ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଦିଲ୍ଲୀ ସରକାରଙ୍କୁ ଏକ ରିପୋର୍ଟ ମାଗିଥିଲେ ହାଇକୋର୍ଟ। ତେବେ ଦିଲ୍ଲୀ ସରକାର ଏହି ରିପୋର୍ଟରେ କହିଛନ୍ତି ଯେ, ସରକାର ଶ୍ରମିକଙ୍କ ମଙ୍ଗଳ ପାଇଁ ବହୁ ପଦକ୍ଷେପ ଉଠାଇଛନ୍ତି। ଶ୍ରମିକଙ୍କ ସମସ୍ତ ପ୍ରକାରର ସୁବିଧା ପାଇଁ ଏକ କମିଟି ଗଠନ କରାଯାଇଛି। ଏହା ସହ ସେମାନଙ୍କୁ କର୍ମକ୍ଷେତ୍ରରେ କିଭଳି ଖାଦ୍ୟ ଦିଆଯାଇପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ତେବେ ରିପୋର୍ଟ ଅନୁସାରେ ଗତ ବର୍ଷ ୨୦୨୦ରେ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କ ସଂଖ୍ୟା ୫୫ ହଜାର ଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷ ୭୧ ହଜାର ୮୬୧ରେ ପହଞ୍ଚିଛି।

Breaking News