ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି | କେରଳର ୱାୟନାଡ ଲୋକସଭା ଉପ ନିର୍ବାଚନ ଲଢ଼ିବେ। କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରାଯାଇଛି। ଏହାବାଦ କେରଳ ୨ଟି ବିଧାନସଭା ଉପ ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେରଳର ପାଲକ୍କଡରୁ ରାହୁଲ ଏମଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଚେଲାକାରାରୁ ରାମ୍ୟା ହରିଦାସ କଂଗ୍ରେସ ଟିକେଟ ପାଇଛନ୍ତି। ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..